ସମୃଦ୍ଧି ଯୋଜନା ଏମଡିଙ୍କ ମାମଲାରେ ଜବାବ ଦାଖଲ ନିଦେ୍ର୍ଧଶ

Jul 13, 2018 - 14:42
 166
କଟକ,୧୩ା୭(ସକାଳଖବର): ସମୃଦ୍ଧି ଯୋଜନା ଗ୍ରୃପ ଅଫ କମ୍ପାନୀ ମୁଖ୍ୟ ତଥା ପରିଚାଳନା ନିଦେ୍ର୍ଧଶକ ମହେଶ କିଶାନ ମୋଟେୱାରଙ୍କ ଏକ ଆବେଦନ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି କରି ଜବାବ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ୨ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଠକେଇ ଅଭିଯୋଗରେ ଆବେଦନକାରୀଙ୍କ ନାମରେ ରାଜ୍ୟର ବରଗଡ଼, ତାଳଚେର ଆଦି ଥାନାମାନଙ୍କରେ ପୁଲିସ ମାମଲା ଦାୟର କରିଥିବାବେଳେ ସିବିଆଇ ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଛି । ତେବେ ବିଭିନ୍ନ କୋର୍ଟରେ ମାମଲା ବିଚାର ନହୋଇ ଗୋଟିଏ କୋର୍ଟରେ ଟ୍ରାଏଲ କରିବା ପାଇଁ ଆବେଦନପତ୍ରରେ ପ୍ରାର୍ଥନା କରାଯାଇଛି । ଏହି ମାମଲାରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଅଭିଯୁକ୍ତ ମହେଶକୁ ୨୦୧୫ ମସିହା ଡିସେମ୍ବର ମାସ ୨୮ତାରିଖରେ ମହାରାଷ୍ଟ୍ରର ପୁଣେ ପୁଲିସ ଗିରଫ କରିଥିଲା । ତେବେ ଉକ୍ତ କମ୍ପାନୀ ଦେଶରେ ଶହଶହ ଜମାକାରୀଙ୍କ ୧୫ଶହ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବାବେଳେ ସେଥିରୁ ଓଡିଶାରେ କେବଳ ୪ଶହ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି ।