ଉପବାଚସ୍ପତିଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ

Jul 14, 2018 - 14:28
 173
ଉପବାଚସ୍ପତିଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ
ବାରିପଦା,୧୪/୭ (ସକାଳଖବର): ବାରିପଦା ପୌରପରିଷଦର ୱାଡର଼୍ ନଂ ୫ସ୍ଥିତ ପରିବା ମାର୍କେଟ ପରିସରରେ ପିପି ମୋଡ଼ରେ ୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ବରାଦରେ ମାରୱାଡର଼୍ି ଯୁବ ମଞ୍ଚ ପ୍ରଗତି ଓ ବାରିପଦା ପୌର ପରିଷଦର ମିଳିତ ସହଭାଗିତାରେ ଶମ୍ଭୁଲାଲ ଅଗ୍ରୱାଲାଙ୍କ ସ୍ମୃତିରେ ଏକ ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ମାରୱାଡର଼୍ି ଯୁବ ମଞ୍ଚ ପ୍ରଗତିର ରାଜ୍ୟ ସଭାପତି ହେମନ୍ତ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ନଗରପାଳ ବବିତା ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ସମୟରେ ମଞ୍ଚର ବାରିପଦା ଶାଖା ସଭାପତି ନରେଶ ଅଗ୍ରୱାଲ, ବାରିପଦା ଶାଖା ମନ୍ତ୍ରୀ ରାକେଶ ଶାହା, ମଙ୍ଗିଲାଲ ଲୋଢ଼ା, ଶମ୍ଭୁ ଅଗ୍ରୱାଲା, ଜିତେଶ ଅଗ୍ରୱାଲା, ଅଶୋକ ଖଣ୍ଡେଲୱାଲା, ପବନ ଅଗ୍ରୱାଲା ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ ।