ସଂଖ୍ୟାଲଘୁଙ୍କ ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର: ବିଜେପି

Feb 15, 2019 - 19:30
 150
ସଂଖ୍ୟାଲଘୁଙ୍କ ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର: ବିଜେପି
ଭୁବନେଶ୍ୱର,୧୪/୨(ସକାଳଖବର): ଦେଶର ସଂଖ୍ୟାଲଘୁମାନଙ୍କ ବିକାଶ କରିବା ମୋଦି ସରକାରଙ୍କର ପ୍ରାଥମିକତାରେ ଅଛି । ସାଧାରଣ ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କର ଏକ ଐତିହାସିକ ନିଷ୍ପତି । ଯେଉଁଥିରେ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ସାମିଲ କରାଯାଇ ୧୦ ଭାଗରୁ ୨.୫ ପ୍ରତିଶତ ଆରକ୍ଷଣ କୋଟା ଦିଆଯାଇଛି । ଯାହା ଦୀର୍ଘ ବର୍ଷଧରି ମୁସଲିମ ମାନଙ୍କର ଦାବି ପୂରଣ ହେବା ସହ ଅନ୍ୟ କୌଣସି ସରକାର ଶାସନ ବେଳେ ମୁସଲିମମାନଙ୍କ ପାଇଁ ଏପରି କେବେ ହୋଇନଥିଲା ତାହା ଏବେ କରାଯାଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ଉପ ସଭାପତି ଅବଦୁଲ ସଲାମ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ସୁଚିନ୍ତିତ ମନୋଭାବ, ଭବିଷ୍ୟତ ପରିକଳ୍ପନା ଏବଂ ଦେଶକୁ ଗରିବ ମୁକ୍ତ ନେଇଥିବା ପଦକ୍ଷେପକୁ ଯୋଗୁଁ ହିନ୍ଦୁ, ଶିଖ୍, ଖ୍ରିଷ୍ଟିୟାନ୍ ଏବଂ ମୁସଲିମ ବର୍ଗର ଲୋକମାନେ ପ୍ରଥମ ଥର ପାଇଁ ସରକାରୀ ନିଯୁକ୍ତି ଆରକ୍ଷଣରେ ସାମିଲ ହୋଇ ପାରିଛନ୍ତି ବୋଲି ସଲାମ କହିଛନ୍ତି । କେନ୍ଦ୍ର ସରକାର ମୈାଲାନା ଅବଦୁଲ କାଲାମ ଆଜାଦ୍ ଯୋଜନାରେ ମୁସଲିମ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ଦିଆଯାଉଛି । ଆଗରୁ ହଜ୍ରେ ବହୁ ଅସୁବିଧା ହେଉଥିଲା । ଆଗରୁ ଆମ ଦେଶରୁ ୧ ଲକ୍ଷ ୨୦ ହଜାର ଲୋକ ବାର୍ଷୀକ ହଜ ଯାଇପାରୁଥିଲେ । କିନ୍ତୁ ମୋଦି ସରକାରଙ୍କ ପ୍ରଚେଷ୍ଟା କ୍ରମେ ହଜ୍ କୋଟାକୁ ୧ ଲକ୍ଷ ୭୫ ହଜାର ବୃଦ୍ଧି ପାଇଛି । ସେହିପରି କଂଗ୍ରେସ ଶାସନ ସମୟରେ ୫ ବର୍ଷରେ ସଂଖ୍ୟାଲଘୁୁ ଗୋଷ୍ଠୀକୁ ସମୁଦାୟ ବଜେଟରେ ମାତ୍ର ୩୫.୧୧ କୋଟି ଟଙ୍କାର ଅନୁମୋଦନ ମିଳିଥିଲା । ସମସ୍ତ ମୁସଲିମ ଭାଇମାନେ ଜାଣିବା ଦରକାର ସର୍ବଭାରତୀୟ ସ୍ତରରେ ମୋଦି ସରକାର ସଂଖ୍ୟାଲାଗୁ ସମ୍ପ୍ରଦାୟ ପାଇଁ ୫ ବର୍ଷରେ ରେକର୍ଡ ୪ ହଜାର ୭ ଶହ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛନ୍ତି ବୋଲି ସଲାମ କହିଛନ୍ତି ।