ଗଡ଼ସନ୍ତ୍ରୀ ଉପସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ

Nov 17, 2018 - 17:56
 212
ଗଡ଼ସନ୍ତ୍ରୀ ଉପସ୍ୱାସ୍ଥ୍ୟ କେନ୍ଦ୍ର  ଉଦ୍ଘାଟିତ
ଅନୁଗୋଳ -୧୭.୧୧.୨୦୧୮ ବଅଁରପାଳ ବ୍ଲକସ୍ଥିତ ଗଡ଼ସନ୍ତ୍ରୀ ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଉଦଘାଟନ କରି ଏହାକୁ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରିଛନ୍ତି । ୧୬.୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ଉପ-ସ୍ୱାସ୍ଥ୍ରକେନ୍ଦ୍ରରେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ ଏହାର ଆନୁଷଙ୍ଗିକ କାର୍ଯ୍ୟ କରାଯାଇଛି । ୫୨୭୫ ଲୋକ ବିଶିଷ୍ଟ ଏହି ଉପସ୍ୱାସ୍ଥ୍ରକେନ୍ଦ୍ରରେ ଜଣେ ମହିଳା ସ୍ୱାସ୍ଥ୍ର କର୍ମି ଓ ଜଣେ ପୁରୁଷ ସ୍ୱସ୍ଥ୍ୟକର୍ମି ନିୟୋଜିତ ହୋଇଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଲୋକମାନେ କିପରି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ସଂପୃକ୍ତ କର୍ମକର୍ତ୍ତାମାନେ ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରେ ମନ୍ତ୍ରୀ ଏହି ଗଡ଼ସନ୍ତ୍ରୀ ଗ୍ରାମରେ ସରକାରୀ ଆୟୁର୍ବେଦିକ୍ ଚିକିତ୍ସାଳୟକୁ ଉଦଘାଟନ କରି ଏହାକୁ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରିଛନ୍ତି ।