ସବୁ ସହରାଂଚଳରେ ବିଜେପିର ସତ୍ୟାଗ୍ରହ, ଜାଣନ୍ତୁ କାହିଁକି ?

Mar 14, 2022 - 05:45
 72
ସବୁ ସହରାଂଚଳରେ ବିଜେପିର ସତ୍ୟାଗ୍ରହ, ଜାଣନ୍ତୁ କାହିଁକି ?
ଭୁବନେଶ୍ୱର : ଆଜି ସମସ୍ତ ସହରାଂଚଳରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଉଛି । ଚିଲିକା ବିଧାୟକଙ୍କ ଅମାନବୀୟ ଆଚରଣ ବିରୋଧରେ ବିଜେପି ପକ୍ଷରୁ ଏଭଳି ସତ୍ୟାଗ୍ରହ କରାଯାଉଛି । ଏବେ ପୌର ନିର୍ବାଚନ ଥିବାରୁ ରାଜନୀତିକ ରୁଟି ସେକିବା ପାଇଁ ବିଜେପି ହୀନ ରାଜନୀତି କରୁଛି ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ବିଜେପି ପକ୍ଷରୁ କୁହାଯାଇଛିଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଦ ପିଇ ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲେ । ଏହି ଅମାନବୀୟ ଘଟଣା ଘଟିବାରୁ ୨୪ ଘଂଟା ବିତିଯାଇଥିଲେବି ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନାହାନ୍ତି । ନିର୍ବାଚନ ପରବର୍ତୀ ହିଂସାରେ ଶାସକ ବିଜେଡ଼ି ସକ୍ରିୟ ହୋଇ ବର୍ତମାନ ବିଜେପି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରୁଛି । ଗଣତନ୍ତ୍ରରେ ହିଂସାର ଆଦୌ ସ୍ଥାନ ନାହିଁ । ଶାସକ ବିଜେଡ଼ିର ହିଂସାତ୍ମକ ଆଚରଣ ପ୍ରତିବାଦରେ ସୋମବାର ବିଜେପି କାର୍ଯ୍ୟକର୍ତାମାନେ ମୁହଁରେ କଳାପଟି ବାନ୍ଧି ରାଜ୍ୟର ସମସ୍ତ ସହରାଂଚଳରେ ସତ୍ୟାଗ୍ରହ କରିବେ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗତକାଲି ପ୍ରକାଶ କରିଥିଲେ ।