ସଞ୍ଜୟ ସୀଠ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ

Aug 23, 2018 - 19:25
 196
ସଞ୍ଜୟ ସୀଠ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ
କଟକ,୨୩ା୮(ସକାଳକବର): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ସଞ୍ଜୟ ସୀଠଙ୍କ ହତ୍ୟା ମାମଲାରେ ଜଣେ ସାକ୍ଷୀ କଟକ ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ ବିଜୟ ପାତ୍ରଙ୍କ ଇଜିଲାସରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ତେବେ ଟିଆଇ ପାରେଡରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଝୁନୁ ବେହେରା କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ଆଇନଜୀବୀ ବିକ୍ରମ କେଶରୀ ରାଜ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬ ମସିହା ଅଗଷ୍ଟ ମାସ ୧୫ତାରିଖରେ ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ସଞ୍ଜୟ ସୀଠଙ୍କୁ ଶିଲା ବିବାହ କରିଥିଲେ । ବିବାହିତ ସଞ୍ଜୟଙ୍କ ୧୯ତାରିଖରେ ବାସର ରାତି ଥିଲା । ଏହି ରାତିରେ ଶିଲାଙ୍କ ପ୍ରେମିକ ବିଜୟ ଚୌଧୁରୀ ପରାର୍ମଶକ୍ରମେ ପତ୍ନୀ ଶିଲା ନିଜ ସ୍ୱାମୀକୁ ନିଶା ଓ ବିଷାକ୍ତ ମିଶା ଇଂଜେକସନ ଦେଇ ହତ୍ୟା କରିଥିଲେ । ପୁଲିସ ଏହି ମାମଲାରେ ଚାର୍ଜସିଟ ଦାଖଲ କରିଥିବାବେଳେ ଏବେ ସାକ୍ଷ୍ୟ ଗ୍ରହଣ ଚାଲିଛି ।