ନିଶା କାରବାର ମାମଲାରେ ୩ ଅଭିଯୁକ୍ତଙ୍କ ଜାମିନ ଖାରଜ

Aug 25, 2018 - 19:14
 223
ନିଶା କାରବାର ମାମଲାରେ ୩ ଅଭିଯୁକ୍ତଙ୍କ ଜାମିନ ଖାରଜ
କଟକ,୨୫ା୮(ସକାଳଖବର): ନିଶା କାରବାର ଅଭିଯୋଗରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଦୁଇଟି ଗଞ୍ଜେଇ ଚାଲାଣ ଓ ଏକ ବ୍ରାଉନ୍ ସୁଗାର ଚାଲାଣ ମାମଲାରେ କଟକର ଜିଲ୍ଲା ଓ ଦୌରାଜଜ୍ ସତ୍ୟନାରାୟଣ ମିଶ୍ର ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଖାରଜ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକୁ୍ୟଟର ତପନ କୁମାର ମଣ୍ଡଳ ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ପ୍ରତାପ କୁମାର ଦାସ ୯୦ କିଲୋ ଗ୍ରାମ ଗଞ୍ଜେଇ ବେଆଇନ ଭାବେ ଚାଲାଣ କରୁଥିବାବେଳେ ଅବକାରୀ ପୁଲିସ୍ ଦ୍ୱାରା ଗିରଫ ହୋଇଥିଲେ । ସେହିପରି ପୁଷ୍ପା ଦାସ ନାମକ ଜଣେ ମହିଳା ବେଆଇନ ଭାବେ ୨୨ କିଲୋଗ୍ରାମ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟପକ୍ଷରେ ଏସ୍.କେ ନୌସାଦ୍ ଓ ଅନ୍ୟ ତିନି ଜଣ ବେଆଇନ ଭାବେ ୨୬୦ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଚାଲାଣ କରୁଥିବାବେଳେ ଧରାପଡି ଜେଲ ଯାଇଥିଲେ ।