ଜିଲାସ୍ତରୀୟ ଚିକିତ୍ସାଳୟ ଅବହେଳିତ ମାମଲାରେ ସରକାର ନେଲେ ମହଲତ

Aug 23, 2018 - 19:26
 169
ଜିଲାସ୍ତରୀୟ ଚିକିତ୍ସାଳୟ ଅବହେଳିତ ମାମଲାରେ ସରକାର ନେଲେ ମହଲତ
କଟକ,୨୩ା୮(ସକାଳଖବର): ଜିଲାସ୍ତରୀୟ ସରକାରୀ ଚିକିତ୍ସାଳୟ ଅବସ୍ଥା ବେହାଲ ହୋଇପଡିଛି । ମଞ୍ଜୁରପ୍ରାପ୍ତ ଡାକ୍ତର ପଦବି ପୂରଣ କରାଯାଉନାହି । ଫଳରେ ରୋଗୀ ଅକଥନୀୟ ଦୁର୍ଦ୍ଧଶା ଭୋଗ କରୁଥିବା ଦର୍ଶାଇ ସ୍ୱେଚ୍ଛାସେବୀ ତଥା ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଡକ୍ଟର ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ସରକାର ଜବାବ ରଖିବା ପାଇଁ ମହଲତ ଲୋଡିଥିଲେ । ଫଳରେ ୧ସପ୍ତାହ ପରେ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।