ଶ୍ରୀଲଙ୍କା ଓ ଭାରତ ୟୁଥ ଫ୍ର୍ଡେସିପ୍ ରଗବୀ ମ୍ୟାଚରେ ବାରିପଦା ମହିଳା ଖେଳାଳୀ

Jun 16, 2018 - 14:28
 209
ବାରିପଦା: ୧୬/୬(ସକାଳଖବର): ଜାପାନ ଇଣ୍ଟରନ୍ୟାଶନାଲ କୋ-ଅପରେଶନ ଏଜେନ୍ସୀ(ଜାଇକା), ଓଆରଏଫଏ, ଆଇଆଇଏଫୟୁ ଓ ଭୂବନେଶ୍ୱରସ୍ଥିତ କିଟ ଅିକ୍ଷା ଅନୁଷ୍ଠାନ ଆନୁକୂଲ୍ୟରେ ଜୁନ ୧୬ ଓ ୧୭ରେ ଭୂବନେଶ୍ୱରସ୍ଥିତ କିସ୍ ଷ୍ଟାଡ଼ିୟମ ପରିସରରେ ଓଡ଼ିଶା ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଦିନ ଧରି ଆୟୋଜିତ ହେବାଥିବା ୟୁଥ ରଗବୀ ଫ୍ରେଣ୍ଡସିପ୍ ମ୍ୟାଚରେ ୧୮ ବର୍ଷରୁ କମ୍ ବାଳିକା ରଗବୀ ମ୍ୟାଚ ନିମନ୍ତେ ମନୋନୀତ ହୋଇଥିବା ଓଡ଼ିଶା ଟିମରେ ବାରିପଦା ସବଡ଼ିଭିଜନରୁ ୪ ଜଣ ବାଳିକା ରଗବୀ ଖେଳାଳୀ ସ୍ଥାନ ପାଇଛନ୍ତି । ଏମାନେ ହେଲେ ବାରିପଦା ରାଣୀ ଭୋଳ ସରକାରୀ ଏସଏସଡ଼ି ଏମଇ ସ୍କୁଲର ଛାତ୍ରୀ ଆରତୀ ମୁର୍ମୁ(ଚାନ୍ଦୁଆ ଥାନା ମାରାଂତାଣ୍ଡି), ମାହି ହେମ୍ବ୍ରମ(ଶଙ୍ଖାଭଙ୍ଗା ପଞ୍ଚାୟତର ସାରୁଝରଣ) ଓ ରାଣୀ ମୁର୍ମୁ(ଚନ୍ଦାବିଲା) ଏବଂ ଶୁଳିଆପଦା ଥାନା ବାଘଡ଼ା ସରକାରୀ ହାଇସ୍କୁଲର ଛାତ୍ରୀ ରଇବାରୀ ସୋରେନ(ବାଘଡ଼ା) । ଆଜି ଏହି ୪ ଜଣ ଖେଳାଳୀ ରଗବୀ ଟିମରେ ଯୋଗ ଦେବା ପାଇଁ ଭୂବନେଶ୍ୱର ଯାତ୍ରା କରିଛନ୍ତି । ଏହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ସହିତ ସେମାନଙ୍କର ଆତ୍ମୀୟ ସ୍ୱଜନ , ଶୁଭେଚ୍ଛୁମାନେ ଉପସ୍ଥିତ ରହି ସେମାନଙ୍କର ସଫଳତା କାମନା ପୂର୍ବକ ଆଶୀର୍ବାଦ ପ୍ରଦାନ କରିଥିଲେ । ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି ଏହି ୪ଜଣ ବାଳିକା କ୍ରୀଡ଼ାବିତମାନଙ୍କର ସମସ୍ତ ଗସ୍ତ ଖର୍ଚ୍ଚ, ଭୂବନେଶ୍ୱରରେ ରହଣି ଆଦି ସମସ୍ତ ଦାୟିତ୍ୱ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେବ ବୋଲି ଶ୍ରୀମାର୍ଣ୍ଡି ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏଥି ସହିତ ଏହି ବାଳିକା ରଗବୀ ଖେଳାଳୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ସେମାନଙ୍କର ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।