ଉତ୍ତପ୍ତ ପରିବେଶରେ ରଜ ସରିଲା

Jun 16, 2018 - 14:16
 193
ଆଜି ବସୁମତୀ ସ୍ନାନ ସହ ରାଜ୍ୟରେ ୩ଦିନିଆ ରଜ ପର୍ବ ଶେଷ ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଉତ୍ତପ୍ତ ପରିବେଶ ମଧ୍ୟରେ ଏବର୍ଷ ରଜ ପାଳନ କରାଯାଇଥଲା । ପ୍ରତିକୂଳ ପାଗ ସତ୍ତ୍ୱେ ପାରମ୍ପରିକ ଭାବେ କୁମାରୀମାନେ ରଜ ଦୋଳି ଝୁଲି ପରିବେଶକୁ ଆମୋଦଦାୟକ କରିଥିଲେ । ଘରେଘରେ ପିଠାପଣା ଆୟୋଜନ କରାଯାଇଥିଲା । ବିଭିନ୍ନ କ୍ଳବ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଗତ ୨ ଦିନ ହେଲା ସହର ପ୍ରାୟତଃ ଗ୍ରାମମୁଖୀ ହୋଇଛି । କଟକ ସହରର ଅଧିକାଂଶ ଦୋକାନ ବନ୍ଦ ରହିଛି । ରଜ ଓ ଇଦ୍ ଛୁଟି ସାଙ୍ଗକୁ ଉତ୍ତପ୍ତ ପରିବେଶ ଯୋଗୁଁ ସହରର ରାସ୍ତାଘାଟ ଖାଁଖାଁ ପରିଲକ୍ଷିତ ହୋଇଥିଲା ।