ଶ୍ରମିକ ଚାଲାଣ ବେଳେ ପୋଲିସ ଦ୍ୱାରା ୨୯ ଉଦ୍ଧାର

Aug 19, 2019 - 19:07
 94
ଜୟପୁର, ୧୭/୮(ସକାଳଖବର): ହାଇଦ୍ରାବାଦ ଶ୍ରମିକ ଚାଲାଣ ହେଉଥିବା ବେଳେ ଜୟପୁର ଟାଉନ ପୋଲିସ ଦ୍ୱାରା ୨୯ ଜଣ ଶ୍ରମିକ ଉଦ୍ଧାର ହୋଇଛି । ଏକ ବସରେ ହାଇଦ୍ରାବାଦ କାମ କରିବାକୁ ଯାଉଥିବା ବେଳେ ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି ସୁଚନା ପାଇଥିଲେ । ଜୟପୁର ଦ୍ୱିତିୟ ଦୈନିକ ବଜାର ନିକଟରେ ପୋଲିସ ଚଢାଉ କରିଥିଲେ । ଶ୍ରମିକ ମାନେ ହାଇଦ୍ରାବାଦ କାମ କରିବାକୁ ଯାଉଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ । ଶ୍ରମିକମାନେ ବୋରିଗୁମ୍ମା ଓ ଦଶମନ୍ତପରୁ ଅଂଚଳର ବୋଲି ପୋଲିସ ସୁଚନା ଦେଇଛି । ଶ୍ରମିକଙ୍କୁ ଉଦ୍ଧାର କରି ଟାଉନ ଥାନାକୁ ନିଆଯାଇ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ପରେ ଶ୍ରମ ବିଭାଗ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।