ଶରଦ ପାୱାର୍‌ ହଠାତ୍‌ ଇସ୍ତଫା ଦେବାରୁ ସୁପ୍ରିୟା ସୁଲେଙ୍କୁ ଫୋନ୍‌ କଲେ ରାହୁଲ୍‌ ଗାନ୍ଧୀ ଓ ଏମ୍‌. କେ. ଷ୍ଟାଲିନ୍‌

May 4, 2023 - 06:00
 26
ଶରଦ ପାୱାର୍‌ ହଠାତ୍‌ ଇସ୍ତଫା ଦେବାରୁ ସୁପ୍ରିୟା ସୁଲେଙ୍କୁ ଫୋନ୍‌ କଲେ ରାହୁଲ୍‌ ଗାନ୍ଧୀ ଓ ଏମ୍‌. କେ. ଷ୍ଟାଲିନ୍‌
ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର ମୁଖ୍ୟ ପଦରୁ ବର୍ଷୀୟାନ୍‌ ରାଜନେତା ଶରଦ ପାୱାର୍‌ ହଠାତ୍‌ ଇସ୍ତଫା ଦେଇଥିବାରୁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ତାଙ୍କ (ପାୱାର୍‌) ଝିଅ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା କରିଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଶରଦ ପାୱାର୍‌ ଦଳର ମୁଖ୍ୟ ପଦବୀରୁ ଆକସ୍ମିକ ଇସ୍ତଫା ଘୋଷଣା କରି ଗୋଟାଏ କମିଟି ବ୍ୟବସ୍ଥା କରି ତାଙ୍କର ଉତ୍ତରାଧିକାରୀ ବାଛିବା ଭାର ତାହା ଉପରେ ନ୍ୟସ୍ତ କରିଥିଲେ। ସେହିପରି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ମଧ୍ୟ ସୁପ୍ରିୟା ସୁଲେଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା କରିଥିବା କଥା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।