ମାଡି ଆସିଲାଣି ବାତ୍ୟା, ଆଇଏମଡି ଡିଜିଙ୍କ ସୂଚନା

May 4, 2023 - 06:03
 27
ମାଡି ଆସିଲାଣି ବାତ୍ୟା, ଆଇଏମଡି ଡିଜିଙ୍କ ସୂଚନା
ଭୁବନେଶ୍ୱର : ସାମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଆଇଏମଡି ଡିଜି ପ୍ରେସମିଟରେ ସୂଚନା ଦେନିଛନ୍ତି । ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା । ପୂର୍ବ ଆକଳନ ଅସୁସାରେ ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୬ରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ। ଏହା ଘନିଭୂତ ହୋଇ ୮ରେ ଅବପାତର ରୂପ ନେବ । ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ ଏବଂ ଏହା ୯ ତାରିଖ ସୁଦ୍ଧା ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ପ୍ରେସମିଟରେ କୁହାଯାଇଛି । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ହୋଇନାହିଁ । ବାତ୍ୟାଟି କୁଆଡେ ଯିବ କେତେ ତୀବ୍ରତା ରହିବ ତାହା ଆକଳନ ହୋଇନାହିଁ । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ ବୋଲି ଡିଜି ସୂଚନା ଦେଇଛନ୍ତି । ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ମଶ୍ଚ୍ୟଜୀବୀ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି , ତାଙ୍କୁ ୭ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଓଡିଶା ପାଇଁ କିଛି ସତର୍କ ସୂଚନା ନାହିଁ ବୋଲି କହିଛନ୍ତି ଡିଜି । ବାତ୍ୟାଟି କୁଆଡେ ଯିବ, କେତେ ତୀବ୍ରତା ରହିବ ତାହା ଏପର୍ଯ୍ୟନ୍ତ ଆକଳନ ହୋଇନି । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ । ଓଡିଶା ଉପକୂଳ ପାଇଁ ବର୍ଷା ପବନର ସତର୍କ ସୂଚନା ଜାରି କରାଯାଇନାହିଁ । ଲୋକ ମାନେ ବ୍ୟସ୍ତ ହୁଅନ୍ତୁନି ବୋଲି ଆମଏମଡି ଡିଜି କହିଛନ୍ତି ।