ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସି ଛାତ୍ର ମୃତ୍ୟୁ ଘଟଣା, ଜ୍ୟୋତିଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା

Sep 20, 2021 - 07:21
 102
ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସି ଛାତ୍ର ମୃତ୍ୟୁ ଘଟଣା, ଜ୍ୟୋତିଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର : ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଘୋଷଣା କରିଛନ୍ତି । ଖବର ଅନୁଯାୟୀ, ରବିବାର ଦିନ ଭୁବନେଶ୍ୱର ଶତାବ୍ଦୀ ନଗର ଡ୍ରେନ୍‌ରେ ଜଣେ ଦଶମ ଶ୍ରେଣି ଛାତ୍ର ଭାସିଯାଇଥିଲେ । ରବିବାର ଦିନ ଅପରାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ସୋମବାର ଦିନ ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗର ନିକଟ ନାଳରୁ ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ କରାଯାଇଥିଲା । ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ଜ୍ୟୋତିଙ୍କ ମୃତଦେହ ଠାବ କରିଥିଲା ପୋଲିସ । ତେବେ ନିଜ ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର । ଠିକ୍‌ ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ।