ରେଭେନ୍ସା ପାଶ ହାର ୯୭.୨୨%

May 27, 2018 - 14:18
 237
ରେଭେନ୍ସା ପାଶ ହାର ୯୭.୨୨%
କଟକ, ୨୬/୫(ସକଳାଖବର): ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଫଳାଫଳ ହାର ୯୭.୨୨% ହୋଇଛି । ବିଗତ ୮ ବର୍ଷ ମଧ୍ୟରେ ଏହି ପାଶ ହାର ସର୍ବାଧିକ । ଚଳିତ ବର୍ଷ ୧୪୭୯ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୩୮ ଜଣ ପାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ୭୬୬ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୬୭୨ । ଫଳରେ ଛାତ୍ରୀଙ୍କ ପାଶ ହାର ୫୩.୨୬ ହୋଇଥିବାବେଳେ ଛାତ୍ରଙ୍କ ପାଶ ହାର ୪୬.୭୪% ହୋଇଛି ।