୬ ଘରୁ ସିରିଜ୍ ଚୋରି, ବାଡି ପଟେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଗଲେ ଚୋର

May 31, 2022 - 11:46
 49
୬ ଘରୁ ସିରିଜ୍ ଚୋରି, ବାଡି ପଟେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଗଲେ ଚୋର
ଗଞ୍ଜାମ, ୩୧|୦୫: ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗି ଥାନା ଅନ୍ତର୍ଗତ ଦୋମୁହାଣୀ ଗ୍ରାମ ଝାଞ୍ଜିରୀ ସାହିରେ ସିରିଜ୍ ଚୋରି । ସୋମବାର ରାତିରେ ଚୋରମାନେ ଲଗାତର ୬ ଜଣଙ୍କ ଘରେ ପଶି ଲୁଟ୍ କରି ଫେରାର ହୋଇଯାଇଛନ୍ତି । ରାତିରେ ଚୋରମାନେ ବାଡିପଟ ଦେଇ ୬ ଜଣଙ୍କ ଘରେ ପଶିଥିଲେ । ସେମାନେ ସାହିର ସନ୍ୟାସୀ ଗୌଡ଼, କାହ୍ନଉ ଗୌଡ଼, ଗୌର ପଳେଇ, ବୈଷମ ବେହେରା, ସୁନୀଳ ଗୌଡ଼, ସନ୍ତୋଷ ଗୌଡ଼ଙ୍କୁ ପରିବାରକୁ ଟାର୍ଗେଟ୍ କରିଥିଲେ । ଏହାସହ ବାଡି ପଟେ ଥିବା କବାଟକୁ ଭାଙ୍ଗି ଘର ଭିତରେ ପଶିବା କଳାକନା ବୁଲାଇଥିଲେ l ତେବେ ଲୁଟ୍ ହୋଇଥିବା ସୁନାର ପରିମାଣ ୧୦ ତୋଳା ହୋଇଥିବା ବେଳେ ପ୍ରାୟ ୧ଲକ୍ଷ ଟଙ୍କା ବି ସେମାନେ ନେଇ ଯାଇଛନ୍ତି । ଘଟଣାସ୍ଥଳରେରେ ତାରାସିଂଙ୍ଗ ଓ ଗାଲେରୀ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l