ଓଏଚଆରସି ଜୋରିମାନା ଆଦେଶକୁ ଚାଲେଞ୍ଜ ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ

May 26, 2018 - 14:35
 143
ଓଏଚଆରସି ଜୋରିମାନା ଆଦେଶକୁ ଚାଲେଞ୍ଜ ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ
କଟକ,୨୬ ।୫(ସକାଳଖବର): ରାଜ୍ୟ ମାନାବାଧିକାର କମିସନଙ୍କ ଜୋରିମାନା ଆଦେଶକୁ ଚାଲେଞ୍ଜ କରି ଲାଲବାଗ ଥାନା ପୂର୍ବତନ ଅଧିକାରୀ ଦେବଦତ୍ତ ବରାଳ ପକ୍ଷରୁ ହାଇକୋର୍ଟରେ ଦାୟର ମାମଲାରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ଜବାବ ରଖିବା ପାଇଁ ଆଦେଶ ଦେଇଛନ୍ତି । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଜୁଲାଇ ମାସ ୫ତାରିଖକୁ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସଂଗ୍ରାମଜିତ ପଣ୍ଡା ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬ ମସିହାରେ ଏକ ମାମଲାରେ ଲାଲବାଗ ଥାନା ପୁଲିସ ହରିପୁର ଅଞ୍ଚଳରୁ କେନେଡି ପ୍ରଧାନ ଓ ଉକ୍ରଳ ମୁଳିଆକୁ ଗିରଫ କରିଥିଲେ । ତେବେ ଏହି ଗିରଫଦାରୀ ବେଆଇନ ବୋଲି ଦୁଇ ଅଭିଯୁକ୍ତ ଦର୍ଶାଇ ଓଏଚଆରସିରେ ଏକ ମାମଲା ଦାୟର କରିଥିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ୪୧ଧାରାରେ ନୋଟିସ ଦିଆଯାଇ ଗିରଫ କରାଯିବା କଥା; କିନ୍ତୁ ପୁଲିସ ତାହା କରିନଥିଲା ଓ ହାଜତରେ ରଖି ଅଶ୍ରାଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା ବୋଲି ଆବେଦନପତ୍ରରେ ଦର୍ଶାଇଥିଲେ । ତେବେ ଓଏଚଆରସି ଏହି ମାମଲାରେ ଶୁଣାଣି କରି ତଦନ୍ତକାରୀ ଅଧିକାରୀ ସମେତ ଥାନା ଅଧିକାରୀଙ୍କୁ ୧ଲକ୍ଷ ଲେଖାଁଏ ଟଙ୍କା ଜୋରିମାନା ଆଦେଶ ଦେଇଥିଲେ । ଏହାକୁ ଚାଲେଞ୍ଜ କରି ପୂର୍ବତନ ଥାନା ଅଧିକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଗୃହ ବିଭାଗ ସଚିବ, କେନେଡି ପ୍ରଧାନ ଓ ଉକ୍ରଳ ମୁଳିଆକୁ ପକ୍ଷଭୁକ୍ତ କରିଛନ୍ତି ।