ରାଜ୍ୟରେ ବଢ଼ିଛି ରାତି ତାପମାତ୍ରା

Dec 26, 2022 - 06:19
 41
ରାଜ୍ୟରେ ବଢ଼ିଛି ରାତି ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ରାତି ତାପମାତ୍ରା ବଢ଼ିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ଯୋଗୁ ଶୀତ କମିଯାଇଛି । ୩ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି ଉଦୟଗିରି ଓ ସେମିଳିଗୁଡାରେ ରାତି ତାପମାତ୍ରା ୬.୫ଡିଗ୍ରୀ ରେକର୍ଡ ହୋଇଥିଲା । ଜି. ଉଦୟଗିରିରେ ଫୁଲବାଣୀରେ ୮.୫, ଢେଙ୍କାନାଳରେ ୯.୮, କିରେଇରେ ୧୦.୭, ଝାରସୁଗୁଡାରେ ୧୦.୭, ହୀରାକୁଦରେ ୧୨.୧, ଭବାନୀପାଟଣାରେ ୧୧.୨, କେନ୍ଦୁଝରରେ ୧୨.୮, ଭଦ୍ରକରେ ୧୩, ବରଗଡରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଘନକୁହୁଡ଼ି ଦେଖିବାକୁ ମିଳିଛି। ରାଜଧାନୀରେ ଘନ କୁହୁଡ଼ି ହୋଇଥିବାରୁ ଗାଡ଼ି ଚଳାଚଳ ବାଧାପ୍ରପ୍ତ ହୋଇଛି।