କୋଭିଡ଼ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ

Dec 26, 2022 - 06:21
 42
କୋଭିଡ଼ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ
ଭୁବନେଶ୍ୱର ୨୬।୧୨: ଆଗୁଆ ଆକ୍ସନ । ରାଜ୍ୟରେ କୋଭିଡ଼ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ମ ୪ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ଖବର ଅନୁଯାୟୀ, ବିଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଯାହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଏହିକ୍ରମରେ ରାଜ୍ୟରେ କରୋନା ସ୍ଥିତି ଏବଂ ଆଗାମୀ ଦିନରେ ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ କୋଭିଡ ସ୍ଥିତିର ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସମସ୍ତ ସିଡିଏମ୍‌ଓ, ମେଡିକାଲ କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ ।