ନୃଶଂସ ପୁଅ, ମା’କୁ ହତ୍ୟା କରି ଆତ୍ମହତ୍ୟା କଲା

Sep 6, 2022 - 06:32
 54
ନୃଶଂସ ପୁଅ, ମା’କୁ ହତ୍ୟା କରି ଆତ୍ମହତ୍ୟା କଲା
ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀରେ ଜଣେ ୨୫ବର୍ଷୀୟ ଯୁବକ ଚାକିରି ପାଇଁ ଖୁବ୍ ବିଷାଦରେ ରହୁଥିଲା । ଚାକିରି ପାଇଁ ସେ ବିଷାଦକୁ ଚାଲି ଯାଇଥିବାରୁ କିଛି ଭୁଲ ଠିକ୍ ବିଚାର ନକରି ତା’ ମା’କୁ ଗରୁବାର ହତ୍ୟା କରିଦେଇଛି ଏବଂ ପରେ ନିଜେ ଆତ୍ମହତ୍ୟା କରିଛି । ଉକ୍ତ ଯୁବକଙ୍କର ନାଁ ଖିତିଜ ଏବଂ ତା’ ମା’ ନାଁ ମିଥିଳେଶ । ଖିତିଜ ତା’ ମା’କୁ ଗୁରୁବାର ହତ୍ୟା କରିଥିଲା । ଏହାର ତିନି ଦିନ ପରେ ସେ ନିଜେ ନିଜର ବେକ କାଟି ଆତତ୍ମହତ୍ୟା କରିଛି । ଖିତିଜଙ୍କ ଘରୁ ଅତି ଉକôଟ ଗନ୍ଧ ଆସିବା ପରେ ପଡୋଶୀ ଲୋକ ପୋଲିସ୍ରେ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଖିତିଜଙ୍କ ଘର ଭିତରପଟୁ ବନ୍ଦ ଥିଲା । ପୁଲିସ୍ ବାଲକୋନୀ ଡୋର ଦେଇ ଖିତିଜଙ୍କ ଘରେ ପଶିଥିଲା । ଖିତିଜଙ୍କୁ ପୋଲିସ୍ ରକ୍ତାତ ଅବସ୍ଥାରେ ଦେଖିଥିବାବେଳେ ତାଙ୍କ ମା’ଙ୍କ ମୃତଦେହ ୱାସରୁମରେ ପଡିଥିଲା । ତଦନ୍ତ ପ୍ରକ୍ରିୟାରୁ ପୁଲିସ୍ ଖିତିଜଙ୍କ ଦ୍ୱାରା ଲିଖିତ ଏକ ୭୭ପୃଷ୍ଠାର ସୁଇସାଇଡ ନୋଟ୍ ଜବତ କରିଛି ।