ଦୁଇ ଭଉଣୀଙ୍କ ସଲିଳ ସମାଧି

Nov 21, 2021 - 09:05
 69
ଦୁଇ ଭଉଣୀଙ୍କ ସଲିଳ ସମାଧି
କେନ୍ଦ୍ରାପଡ଼ା : ଦୁଇ ଶିଶୁଙ୍କ ସଲିଳ ସମାଧି। କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅଧିନ ଡେରାବିଷ ବ୍ଲକର ଜଅଁରା ବାରିମୂଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ପୁରୁଣା ଡଙ୍ଗାକୁ ସଂଗ୍ରହ କରିବା ପାଇଁ ସ୍ଥାନୀୟ ଜୋରକୁ ଯାଇଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ପ୍ରାଣ ହରାଇଛନ୍ତି। ସୂଚନାନୁଯାୟୀ, ମୃତକ ଦୁଇ ଶିଶୁ ହେଲେ ବିପିନ ମଳିକଙ୍କର ବଡ଼ ଝିଅ ସୁଭସ୍ମିତା ଓ ସାନ ଝିଅ ମଧୁସ୍ମିତା। ଦୁଇ ଭଉଣୀ ବହୁତ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଜୋରରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।