ଇଡ୍କୋ ଶିଳ୍ପାଂଚଳରେ ୭ଟି ନୂଆ ପ୍ରକଳ୍ପ ପାଇଁ ଜମି ଆବଂଟନ ମଞ୍ଜୁର

Mar 1, 2019 - 18:35
 195
ଇଡ୍କୋ ଶିଳ୍ପାଂଚଳରେ ୭ଟି ନୂଆ ପ୍ରକଳ୍ପ ପାଇଁ ଜମି ଆବଂଟନ ମଞ୍ଜୁର
ଭୁୁବନେଶ୍ୱର, ୧/୩(ସକାଳଖବର): ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ନୂତନ ୭ଟି ସେକ୍ଟରର ଶିଳ୍ପାନୁଷ୍ଠାନକୁ ଜମି ମଞ୍ଜୁର କରିଛନ୍ତି । ଏହି ନୂଆ କମ୍ପାନୀ ଗୁଡିକରେ ପ୍ରାୟ ୩୨୦୦ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆଂବଂଟନ କମିଟି ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି । ରାଜ୍ୟ ସଚିବାଳୟଠରେ ଅନୁଷ୍ଠିତ ଏହି ବୈଠକରେ ଇଡ୍କୋର ମୁଖ୍ୟ ପରି·ଳନା ନିଦେ୍ର୍ଧଶକ ଶ୍ରୀ ସଂଜୟ କୁମାର ସିଂ କମ୍ପାନୀ ମାନଙ୍କଠାରୁ ମିଳିଥିବା ପୁଞ୍ଜିନିବେଶ ପ୍ରସ୍ତାବ ଏବଂ ସେଥିପାଇଁ ଆବଶ୍ୟକ ଜମି ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଶିଳ୍ପାନୁଠାନ ପାଇଁ ଜମି ମଂଜୁର କରିବା ସହ ବିଭିନ୍ନ ପ୍ରକାର ଶିଳ୍ପ ନିମନ୍ତେ ପ୍ରକୃତ ପକ୍ଷେ କେତେ ଜମି ଦରକାର ତାର ସଠିକ୍ ଆକଳନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଇପିକଲ୍, ଓକାକ୍ ଏବଂ ସଂଯୋଗକାରୀ ବିଭାଗ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ବୈଦୁ୍ୟତିକ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ଶିଳ୍ପମାନଙ୍କ ପାଇଁ ଜମି ଆବଶ୍ୟକତାର ସଠିକ୍ ଯାଂଚ୍ ନିମନ୍ତେ ଏକ ବୈଷୟିକ ମାନଦଣ୍ଡ ପ୍ରସ୍ତୁତ କରିବାକୁ ମଧ୍ୟ ଶ୍ରୀ ପାଢ଼ୀ ଓକାକ୍ଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଇଡ୍କୋର ସି.ଏମ୍.ଡ଼ି ଶ୍ରୀ ସିଂ ଜଣାଇଥିଲେ ଯେ ଡେରାସ୍ ସ୍ଥିତ ସାମୁଦ୍ରିକ ଖାଦ୍ୟ ପାର୍କ ଏବଂ ଖୋର୍ଦ୍ଧା ସ୍ଥିତ ଇନ୍ଫୋଭାଲି ଶିଳ୍ପାଂଚଳରେ ଭିତିଭୂମି ଓ ଆନୁସଙ୍ଗିକ ସୁବିଧା ସୁଯୋଗର ଦ୍ରୁତ ବିକାଶ ଯୋଗୁ ଅଧିକରୁ ଅଧିକ ପୁଞ୍ଜି ନିବେଶକାରୀ ଏଠାରେ ନିଜର ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ବର୍ତମାନ ସୁଦ୍ଧା ଡେରାସ୍ ରେ ୧୫ଟି ଏବଂ ଇନ୍ଫୋଭାଲି ରେ ୧୩ଟି ଏହିପରି ସମୁଦାୟ ୨୮ଟି ଶିଳ୍ପାନୁଷ୍ଠାନ ପାଇଁ ଜମି ଆବଂଟନ କରାଯାଇଛି । ଏହିସବୁ ଶିଳ୍ପ ମାଧ୍ୟମରେ ୧୬,୩୧୫ ରୁ ଅଧିକ ଯୁବକ ଯୁବତୀ ମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।