୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

Jul 4, 2022 - 09:13
 77
୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ୱର: ଜୁଲାଇ ୬ରେ ଅର୍ଥାତ ବୁଧବାର ଦିନ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବରିଷ୍ଠ ଅଧିକାରୀ ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସହ ଆଲୋଚନା କରିବା ପରେ ଗଣାମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମାଟ୍ରିକ୍‌ ସହ ଷ୍ଟେଟ୍‌ ଓପନ ସ୍କୁଲ୍‌, ମଧ୍ୟମା ଆଦି ପରୀକ୍ଷା ଫଳ ମଧ୍ୟ ସମାନ ଭାବେ ପ୍ରକାଶ ପାଇବ । ଚଳିତ ବର୍ଷ ୫ ଲକ୍ଷ ୭୧ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ବୁଧବାର ଦିନ ଗୋଟିଏ ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବ । ମ୍ୟାଟ୍ରିକ୍‌ ରେଜଲ୍ଟ ବୋର୍ଡ଼ ସାଇଟ୍‌ www.bseodisha.ac.ni ଓ www.bseodisha.nic.inରେ ଉପଲବ୍ଧ ହେବ । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍‌ର ସୁବିଧା ନାହିଁ, ସେମାନେ SMS ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖି ରୋଲ୍‌ ନମ୍ବର ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିବ।