ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା

Aug 13, 2019 - 18:03
 103
ଭୁବନେଶ୍ୱର, ୧୩/୮(ସକାଳଖବର): ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେବା ଏବଂ ଆଉ କେତେକ ସ୍ଥାନରେ ବନ୍ୟାର ଆଶଙ୍କା ଥିବାରୁ ସେ ପରିସ୍ଥିତି ଉପରେ ୨୪ ଘଂଟା ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି । ସାଧାରଣ ଜନତାଙ୍କୁ ସୁରକ୍ଷା ଏବଂ ସହାୟତା ପାଇଁ ସବୁ ବିଭାଗ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଏବଂ ଏହାର ମୁକାବିଲା କରିବା ପାଇଁ ନିଆଯାଇଥିବା ସମସ୍ତ ପ୍ରକାର ପଦକ୍ଷେପ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର, କଳାହାଣ୍ଡି, ବୌଦ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହିସବୁ ଜିଲ୍ଲାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଭିଡ଼ିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଜିଲ୍ଲାପାଳମାନଙ୍କ ସହିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଳେ । ବଲାଙ୍ଗୀର ସହରରେ ପ୍ରବଳ ବର୍ଷା ଯୋଗୁ ପରିସ୍ଥିତି ଗମ୍ଭୀର ରହିଥିବାରୁ ସେଠାକୁ ଆଉ ୩ଟି ଓଡ଼୍ରାଫ ଟିମ୍ ପଠାଇବାକୁ ବୈଠକରେ ନିଷ୍ପତି ହୋଇଥିଲା । ବୈଠକର ସୂନା ଅନୁଯାୟୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମହାନଦୀ ଅବବାହିକା ଅଂଚଳରେ ବନ୍ୟା ଆସୁଛି । ୧୫ ତାରିଖ ସକାଳ ସୁଦ୍ଧା ମହାନଦୀରେ ୧୧ ଲକ୍ଷ କୁ୍ୟସେକ ପାଣି ଆସିବ । ଏହା ଦ୍ୱାରା କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବନ୍ୟାର ଆଶଙ୍କା ଦେଖାଦେଇଛି । ତେଣୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବିଶେଷକରି ଏହି ଜିଲ୍ଲାଗୁଡ଼ିକର ନଦୀବନ୍ଧ ଗୁଡ଼ିକରେ ପେଟ୍ରୋଲିଂ କଡ଼ାକଡ଼ି କରି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । କଟକ ସହରର ରିଙ୍ଗ ରୋଡ଼ ଉପରେ ମଧ୍ୟ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉପôାଦନ କମିଶନର, ପୋଲିସ ମହାନିଦେ୍ର୍ଧଶକ, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।