ଆଖି ବୁଜିଲା ସାଲେପୁର ପୀଡ଼ିତା

Apr 29, 2018 - 15:00
 160
କଟକ,୨୯/୪ (ସକାଳଖବର): ଜୀବନର ସଂଜ୍ଞା ବୁଝିବା. ଦୁନିଆକୁ ଜାଣିବା, ଚିହ୍ନିବା ପୂର୍ବରୁ ହସିଖେଳି ବୁଲିବା ବୟସରେ ଦୁଷ୍କର୍ମର ଶିକାର ହୋଇ ୧୦ ଦିନର ଚିକିସôା ପରେ ରବିବାର ସନ୍ଧ୍ୟାରେ ଆଖି ବୁଜିଛି ୬ ବର୍ଷର ନାବାଳିକା । ପୀଡିତାଙ୍କୁ ମୃତ ଘୋଷଣା କରାଯିବା ସମୟରେ ଏସ୍ସିବି ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଚିହ୍ନା ଅଚିହ୍ନା ସମସ୍ତଙ୍କ ଆଖିରେ ଭରିଯାଇଥିଲା ଲୁହ । ବିକୃତ ମାନସିକଧାରୀ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତଙ୍କର ଥିଲା ପ୍ରତିକ୍ରୟା । ଗତ ୨୧ ତାରିଖ ଶନିବାର ରାତିରେ ଦୁଷ୍କର୍ମର ଶିକାର ହୋଇ ଏସ୍ସିବି ମେଡିକାଲ ଶିଶୁ ବିଭାଗ ଆଇସିୟୁରେ ଚିକିସôିତ ହେଉଥିବା ସାଲେପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରର ପ୍ରଥମ ଶ୍ରେଣୀରେ ପଢୁଥିବା ଜଣେ ୬ ବର୍ଷୀୟା ମୁସଲମାନ ସଂପ୍ରଦାୟର ଛାତ୍ରୀଙ୍କ ହୃଦ୍ୟନ୍ତ୍ରକ୍ରିୟା ବନ୍ଦ ହୋଇଯିବାରୁ ସନ୍ଧ୍ୟା ସାଢେ ୫ଟା ବେଳେ ଚିକିସôା କରୁଥିବା ୧୩ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କୁ ମୃତ ଘୋଷଣା କରିଥିଲେ । ପୀଡିତାଙ୍କ ପିତା ଓ ୧୫ ବର୍ଷୀୟା ବଡ ଭଉଣୀର ମାନସିକ ଅବସ୍ଥା ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଥିଲା । ଉଭୟ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିବାକୁ ଗଣମାଧ୍ୟମରେ ଦାବି କରିଥିଲେ । ସନ୍ଧ୍ୟା ୬.୪୫ରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା ଏବଂ ବ୍ୟବଚ୍ଛେଦ ପରେ ୭.୨୫ ମିନିଟରେ ମହାପ୍ରୟାଣ ଗାଡିରେ ପୀଡିତାଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇ ତାଙ୍କ ଗ୍ରାମକୁ ପଠାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ଶନିବାର ସନ୍ଧ୍ୟା ସାଢେ ୭ଟାରେ ସଂପୃକ୍ତ ପୀଡିତା ଦୋକାନକୁ ବିସ୍କୁଟ ପାଇଁ ଯାଇଥିବା ବେଳେ ସେହି ଗ୍ରାମର ୨୫ ବର୍ଷିୟ ଯୁବକ ମହମ୍ମଦ ମୁସ୍ତାକ୍ ତାକୁ ଚକଲେଟ ଦେବାର ଲୋଭ ଦେଖାଇ ଜଗନ୍ନାଥପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନେଇ ଦୁଷ୍କର୍ମ କରିଥିଲା । ପୀଡିତା ଘଟଣା ସଂପର୍କରେ ପରିବାରକୁ ଜଣାଇବାର ଭୟ ଦେଖାଇବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୁସ୍ତାକ ପୀଡିତାର ମୁଣ୍ଡକୁ ସ୍କୁଲ କାନ୍ଥରେ ପିଟି ମାରିଦେବା ପାଇଁ ଉଦ୍ୟମ କରିଥିଲା । ନାବାଳିକାଟି ଅଚେତ ହୋଇଯିବା ପରେ ମରିଯାଇଛି ଭାବି ମୁସ୍ତାକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘରେ ନ ପହଂଚିବାରୁ ପରିବାର ଲୋକେ ତାକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଏସସିବିକୁ ଚିକିସôା ପାଇଁ ସ୍ଥାନାନ୍ତର କରାଯାଇଥିଲା । ତେବେ ପ୍ରଥମ ଦିନରୁ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଶିଶୁ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିସôା ପାଇଁ ପ୍ରଥମେ ୬ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଓ ପରେ ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀଙ୍କ ନେତୃତ୍ୱରେ ୧୩ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଥିଲା । ସମସ୍ତ ପ୍ରଚେଷ୍ଟା ସତ୍ୱେ ଆଜି ସନ୍ଧ୍ୟାରେ ପୀଡିତା ଆଖି ବୁଜିଲେ । ତେବେ ଘଟଣାର ମାତ୍ର ଦିନକ ପରେ ସାଲେପୁର ଥାନା ପୁଲିସ ଅଭିଯୁକ୍ତ ମୁସ୍ତାକକୁ ଗିରଫ କରି ଆଇପିସି ୩୭୬, ୩୦୭ ଏବଂ ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଥିବା ବେଳେ ପୀଡିତାଙ୍କ ମୃତୁ୍ୟ ପରେ ଆଇପିସି ୩୦୨ ଲାଗୁ ହେବ ବୋଲି କଟକ ଗ୍ରାମାଂଚଳ ଅତିରିକ୍ତ ଏସପି କୃତିବାସ ଜେନା କହିଛନ୍ତି ।