ଜିଲ୍ଲା ଖଣିଜ ପାଣ୍ଠିରେ ପିଲାଙ୍କୁ ପ୍ଲାଷ୍ଟିକ ଇଂଜିନିୟରିଂ ତାଲିମ

Sep 11, 2018 - 17:54
 217
ଜିଲ୍ଲା ଖଣିଜ ପାଣ୍ଠିରେ ପିଲାଙ୍କୁ ପ୍ଲାଷ୍ଟିକ ଇଂଜିନିୟରିଂ ତାଲିମ
ଅନୁଗୋଳ,୧୧/୯ (ସକାଳଖବର): ଜିଲ୍ଳା ଖଣିଜ ପାଣ୍ଠିରେ ଖଣି ପ୍ରଭାବିତ ତାଳଚେର, କଣିହାଁ ଓ ଛେଣ୍ଡିପଦା ବ୍ଲକର ପିଲାମାନଙ୍କୁ ପ୍ଲାଷ୍ଟିକ ଇଂଜିନିୟରିଂ କୋର୍ସରେ ନିଯୁକ୍ତି ଭିତ୍ତିକ ଧନ୍ଦାମୂଳକ ପ୍ରଶିକ୍ଷକ ନିମନ୍ତେ ୧୦୦ ଜଣ ପିଲାଙ୍କୁ ଚୟନ କରାଯାଇଛି । ଏହି ପିଲାମାନଙ୍କୁ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ଆଜି ଭୂବନେଶ୍ୱର ସ୍ଥିତ ସିପେଟକୁ ପଠାଯାଇଛି । ୬ ମାସ ପ୍ରଶିକ୍ଷଣ ନେବା ପରେ ରାଜ୍ୟ ବାହାରେ ନିଯୁକ୍ତି ପାଇବା ନିମନ୍ତେ ସିପେଟ ସଂସ୍ଥା ସୁଯୋଗ ସୃଷ୍ଟି କରିବ । ଆଜି ଅପରାହ୍ନରେ ଡ଼ି ଆର ଡ଼ି ଏ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ସ୍ୱତନ୍ତ୍ର ବସକୁ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲ ଆନୁଷ୍ଠାନିକ ଭାବେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ସଫଳତାର ସହିତ ପ୍ରଶିକ୍ଷଣ ଶେଷ କରି ବିଭିନ୍ନ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇ ସ୍ୱାବଲମ୍ବୀ ହେବାକୁ ଜିଲ୍ଳାପାଳ ଏହି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଆଠମଲ୍ଳିକ ଉପଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଉମାକାନ୍ତ ରାଜ ଓ ଜିଲ୍ଲା ଖଣିଜ ପାଣ୍ଠିର କର୍ମଚାରୀମାନେ ଉପସ୍ଥିତ ଥିଲେ ।