ମାର୍ଚ୍ଚ ସୁଦ୍ଧା ବସ୍ତି ବାସିନ୍ଦାଙ୍କୁ ନିଜ ବସ୍ତିରେ ମିଳିବ ଜମି

Feb 7, 2019 - 18:48
 178
ମାର୍ଚ୍ଚ ସୁଦ୍ଧା ବସ୍ତି ବାସିନ୍ଦାଙ୍କୁ ନିଜ ବସ୍ତିରେ ମିଳିବ ଜମି
ଭୁବନେଶ୍ୱର, ୭/୨(ସକାଳଖବର): ରାଜ୍ୟର ସମସ୍ତ ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ପରିଷଦରେ ବାସ କରୁଥିବା ଯୋଗ୍ୟ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ନିଜ ନିଜ ବାସ କରୁଥିବା ବସ୍ତିରେ ମାର୍ଚ୍ଚ ୨୦୧୯ ସୁଦ୍ଧା ଭୂମି ଅଧିକାର ଦେବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ଏହା ବ୍ୟତୀତ ଉକ୍ତ ବର୍ଷରେ ଇନ୍ଦ୍ରାବତୀ ଉଠା କେନାଲ, ୪୬ଟି ସର୍ବବୃହତ ଉଠା ଜଳସେଚନ ପ୍ରକଳ୍ପ, ୧ ହଜାର ଗୋଷ୍ଠୀ ଉଠା ଜଳସେଚନ ବ୍ୟବସ୍ଥା, ୨ ହଜାର ଆଡ଼ିବନ୍ଧ ସମ୍ପୂର୍ଣ୍ଣ କରାଯିବ । ଯାହାଫଳରେ ୨ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସମ୍ଭବ ହୋଇପାରିବ । କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଭଳି ପ୍ରମୁଖ ସହର ମାନଙ୍କରେ ବିଶ୍ୱ ସ୍ତରୀୟ ସାଟେଲାଇଟ୍ ଷ୍ଟାଡିୟମ ନିର୍ମାଣ କରାଯିବ । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ କୃତ୍ରିମ ଘାସ ହକି ପଡ଼ିଆ ନିର୍ମାଣ କରାଯିବ । ଏସିଆନ ଡେଭେଲପମେଂଟ ମ୍ୟାନ ସହାୟତାରେ ଗୋଟିଏ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଆଇଟିଆଇ ଓ ପଲିଟେକନିକ ଗୁଡ଼ିକର ଉନ୍ନତିକରଣ ତଥା ଉଚ୍ଚମାନର ଦକ୍ଷତା ତାଲିମ କେନ୍ଦ୍ର ମାନ ପ୍ରତିଷ୍ଠା କରାଯାଇଛି । ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଗ୍ରାମାଂଚଳରେ ୬ଟି ଡିଗ୍ରୀସ୍ତରୀୟ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଆଗାମୀ ଦିନ ମାନଙ୍କରେ ରାଜ୍ୟର ବିଭିନ୍ନ ଅଂଚଳ ମାନଙ୍କରେ ୫ଗୋଟି ନୂତନ ସରକାରୀ ଭେଷଜ ମହାବିଦ୍ୟାଳୟ ସ୍ଥାପନ କରିବାର ଯୋଜନା ରହିଛି । ଗୁରୁଜନ ମାନଙ୍କର ସେବା ଅସହାୟ ମାନଙ୍କ ଯତ୍ନ ନେବା ଆମର ପରମ୍ପରା ହୋଇଥିବାରୁ ସମସ୍ତ ହିତାଧିକାରୀ ମାନଙ୍କୁ ମାସକୁ ୫୦୦ ଟଙ୍କା ଓ ୮୦ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ୭୦୦ ଟଙ୍କା ସାମ୍ବାଦିକ ନିରାପତା ପେନସନ ଦେବାକୁ ସ୍ଥିର କରିଛନ୍ତି । ୫୦ ଲକ୍ଷ କୃଷକ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ସରକାର ଭାଗଚାଷୀ, ଭୂମିହୀନ କୃଷି ଶ୍ରମିକକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ୫ଟି କୃଷି ଋତୁରେ ପରିବାର ପିଛା ୨୫ ହଜାର ଟଙ୍କାର ଅନୁଦାନ ଦିଆଯିବ । ଏହି ସହାୟତାକୁ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟ ଏବଂ ନୂଆଖାଇ ଦିନ ଖରିଫ ଏବଂ ରବି ଋତୁରେ ଯୋଗାଇ ଦିଆଯିବ । କାଳିଆ ଉପଭୋକ୍ତା ମାନଙ୍କର ପିଲାମାନଙ୍କୁ ସରକାରୀ କଲେଜ ଗୁଡ଼ିକରେ ପେଷାଗତ ଶିକ୍ଷା ଦେବା ନିମନ୍ତେ କାଳିଆ ବୃତି ଘୋଷଣା କରାଯାଇଛି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ନିରାପତା ଆଇନ ଅଧିକରେ ବହୁ ଯୋଗ୍ୟ ହିତଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ରାଜ୍ୟ ସରକାର ନିଜ ରାଜ୍ୟ ଖାଦ୍ୟ ନିରାପତା ଯୋଜନା କରିଛନ୍ତି । ଏଥିପାଇଁ ୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ କିଲୋପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି । ବିଗତ ୧୮ ବର୍ଷରେ ରାଜ୍ୟର ନିଜସ୍ୱ ଆୟ ସାମଗ୍ରିକ ଘରୋଇ ଉପôାଦର ପ୍ରତିଶତ ହିସାବରେ ପ୍ରାୟ ଦୁଇଗୁଣିତ ହୋଇଛି । ଲଗାତର ଭାବରେ ୨୦୦୫-୨୦୦୬ ବର୍ଷଠାରୁ ରାଜ୍ୟ ରାଜସ୍ୱ ବଳକା ରାଜ୍ୟ ଭାବରେ ପରିଣତ ହୋଇଛି । ଋଣ ଅର୍ଥକୁ ପୁଂଜି ବ୍ୟୟରେ ବିନିଯୋଗ କରାଯାଉଛି । ସୀମିତ ସମ୍ବଳ ସତ୍ୱେ ଅନେକ କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଥିଲେ ହେଁ ଆମର ଆବଶ୍ୟକତା ଅଧିକ ରହିଛି ।