ମା ଓ ଶିଶୁ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ କ୍ଲିନିକ ଉଦଘାଟନ

Aug 27, 2018 - 18:41
 176
ମା ଓ ଶିଶୁ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ କ୍ଲିନିକ ଉଦଘାଟନ
ଅନୁଗୋଳ ,୨୭/୮ ସକାଳଖବର): ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମା ଓ ଶିଶୁ ଚିକିତ୍ସାଳୟରେ ଆଜି ପୂର୍ବାହ୍ନରେ ଏକ ନୂତନ ଅଳଟ୍ରାସାଉଣ୍ଡ କ୍ଲିନିକକୁ ଜିଲ୍ଳାପାଳ ଅନିଲ କୁମାର ସାମଲ ଉଦଘାଟନ କରିବା ସହ ଏହାକୁ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରିଛନ୍ତି । ଦୀର୍ଘଦିନ ଧରି ଜନସାଧାରଣଙ୍କର ଏହି ଦାବି ଆଜି ପୂରଣ ହୋଇଛି । ଜିଲ୍ଳା ଖଣିଜ ପାଣ୍ଠିରୁ ୧୬ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ଏହି ଅଲଟ୍ରାସାଉଣ୍ଡରେ ଗର୍ଭବତୀ ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ପୂର୍ବରୁ ଏହି ପରୀକ୍ଷା ପାଇଁ ଗର୍ଭବତୀ ମହିଳାମାନେ ବିଭିନ୍ନ ଘରୋଇ କ୍ଲିନିକକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ । ଏହି ଅଲଟ୍ରାସାଉଣ୍ଡ ପରିଚାଳନା ଦାୟିତ୍ୱରେ ଅବସରପ୍ରାପ୍ତ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ା. କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯାଇଛି ।