ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ରଦ୍ଧ ପାଇଁ ସ୍ମାରକପତ୍ର
ବାରିପଦା,୧୧/୯ (ସକାଳଖବର): ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ବାରିପଦାରେ ଅବସ୍ଥାନ କରୁଥିବା ସମୟରେ ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱ ଓ ବିଜପେି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନଙ୍କ ଆବାହକତ୍ୱରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ, ସୁମନ ସିଂ, ଜିଲ୍ଲା ଉପ-ସଭାପତି ସୁବାଷ ପ୍ରଧାନ, ପରେଶ ଚନ୍ଦ୍ର ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି କାଳି ଚରଣ ଟୁଡ଼ୁ, ଯୁବ ମୋର୍ଚ୍ଚା ସଭାପତି କୁମାର ମଙ୍ଗଳମ୍, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ତ୍ରିପାଠୀ, ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ପ୍ରମୁଖ ଇଂ ବିଶେଶ୍ୱର ଟୁଡ଼ୁ, ଯୁବ ମୋର୍ଚ୍ଚା ଉପସଭାନେତ୍ରୀ ପାୟଲ ରାୟ ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ରଦ୍ଧ କରାଯିବା ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିଲେ । ସେହିପରି ଅନୁସୂଚିତ ଜନଜାତି ତାଲିକାରୁ ବାଦ ଦିଆଯାଇ ଅନୁସୂଚିତ ଜାତି ତାଲିକାରେ ସାମିଲ କରାଯାଇଥିବା ରାଜୁଆଡ଼ ସମ୍ପ୍ରଦାୟକୁ ପୂର୍ବପରି ଅନୁସୂଚିତ ଜନଜାତି ତାଲିକାଭୂକ୍ତ କରାଯିବା ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଥିଲେ ।