ଜିଲ୍ଲାପାଳ ରାସ୍ତା ଅବସ୍ଥା ଅନୁଧ୍ୟାନ

Aug 27, 2018 - 18:43
 192
ଅନୁଗୋଳ,୨୭/୮ ସକାଳଖବର): ନାଲକୋ ସିପିପି ପାଶ୍ୱର୍ ଜାତୀୟ ରାଜପଥ-୫୫ ଦୂରବସ୍ଥା ପାଇଁ ବାରମ୍ବାର ଦୁର୍ଘଟଣା ଘଟି ରାସ୍ତା ଜାମ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ବର୍ଷା ପାଣି ରାସ୍ତାରେ ଜମି ରହି ଖାଲ ଖମା ସୃଷ୍ଟି ହେଉଥିଲା । ଜିଲ୍ଳାପାଳ ଶ୍ରୀ ଅନିଲ କୁମାର ସାମଲ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ରାସ୍ତା ନିର୍ମାଣ ଓ ଜଳ ନିଷ୍କାସନ ସଂପର୍କରେ ବାରମ୍ବାର ତାଗିଦ କରିଥିଲେ । ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିତ୍ରଭାନୁ ମହାପାତ୍ର ଉକ୍ତ ସ୍ଥାନକୁ ପରିଦର୍ଶନ କରିବା ସହ ମରାମତି ହୋଇଥିବା ରାସ୍ତା କାର୍ଯ୍ୟକୁ ବୁଲି ଦେଖିଥିଲେ । ନାଲକୋରୁ ନିର୍ଗତ ହେଉଥିବା ପାଣିକୁ ପାଚେରୀ ମଧ୍ୟରୁ ବାହରକୁ ନ ଛାଡ଼ିବା ଓ ରାସ୍ତା ପାଶ୍ୱର୍ରେ ଆଲୋକିକରଣ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ବର୍ଷା ଛାଡ଼ିଗଲେ ରାସ୍ତାକୁ ପିଚୁ କରାଯାଇ ସ୍ଥାୟୀ ଭାବେ ନିର୍ମାଣ କରାଯିବା ସହ ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ଢେ଼ଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ଯନ୍ତ୍ରୀମାନେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଜବରଦଖଲ ହଟାଯାଇ ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଳାପାଳ ସ୍ଥାନୀୟ ବ୍ୟବସ୍ାୟ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ ।