ଦୁର୍ଘଟଣାରେ ୩ ମୃତ ; ୩ ଆହତ

Aug 27, 2018 - 18:40
 251
ଦୁର୍ଘଟଣାରେ ୩ ମୃତ ; ୩ ଆହତ
ଅନୁଗୋଳ,୨୭/୮ ସକାଳଖବର): ଆଜି ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟରେ ଜରପଡ଼ା ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପତିତପାବନ ମହାବିଦ୍ୟାଳୟ ନିକଟରେ ଏକ କାର ଏବଂ ମାଲ ବୋଝେଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ଜଣ କାର ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ୪ ଜଣଙ୍କୁ ଚିକିସôା ପାଇଁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ଆହତଙ୍କ ମଧ୍ୟରେ ଜଣେ ୫ ବର୍ଷର ଝିଅଟି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଛି । ତେବେ ଗୁରୁରତ ମାନଙ୍କୁ ଅଧିକ ଚିକିସôା ପାଇଁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ସଂଯୁକ୍ତା ପୃଷ୍ଟି ନାମକ ଜଣେ ୫୪ ବର୍ଷ ମହିଳାଙ୍କର ବାଟରେ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ଅଶୋକ ପୃଷ୍ଟି ୫୬ ବର୍ଷ ଏବଂ ହେମନ୍ତ ପୃଷ୍ଟି ୨୫ ବର୍ଷ ଚଳାକଙ୍କର ମୃତ୍ୟୁ ହୋଇଥିଲା । ଘଟଣାରୁ ପ୍ରକାଶ ଯେ ହେମନ୍ତ ଏବଂ ସ୍ତ୍ରୀ ସଂଯୁକ୍ତା ରକ୍ଷାବନ୍ଧନ ପାଇଁ ନିଜର ସଂପର୍କୀୟଙ୍କ ପାଖକୁ ସାଲେପୁରକୁ ଆସିଥିଲେ । ତେବେ ସେମାନେ ଆଜି ସାଲେପୁରରୁ ସିଜି-୧୦-ଏଫଏ - ୬୫୦୧ କାର ଯୋଗେ ଛତିଶଗଡ଼କୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ଜରପଡ଼ା କଲେଜ ପାଖାପାଖି ବିପରୀତ ଦିଗରୁ ଆସୁଥିବା ଟ୍ରଲର ଏମ୍ଏଚ୍-୦୪-ଏଚ୍ ୱାଇ- ୮୬୮୫ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।