ପୂର୍ବତନ ହକି ଅଧିନାୟକଙ୍କ ଘରୁ ଚୋରି; ଦୁର୍ବୃତ୍ତ ଲୁଟିନେଲେ ଆସବାବପତ୍ର, ନ୍ୟାସନାଲ ମେଡାଲ୍‌ ଓ ପୁରସ୍କାର

Jan 22, 2023 - 15:12
 31
ପୂର୍ବତନ ହକି ଅଧିନାୟକଙ୍କ ଘରୁ ଚୋରି; ଦୁର୍ବୃତ୍ତ ଲୁଟିନେଲେ ଆସବାବପତ୍ର, ନ୍ୟାସନାଲ ମେଡାଲ୍‌ ଓ ପୁରସ୍କାର
ଭୁବନେଶ୍ୱର ୨୨/୦୧: ପୂର୍ବତନ ଭାରତୀୟ ହକି ଟିମ ଅଧିନାୟକ ପ୍ରବୋଧ ତୀର୍କୀଙ୍କ ଘରୁ ଚୋରି। ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ ବାସଭବନରୁ ଚୋରି ହୋଇଛି। ଘରେ କେହି ନଥିବା ବେଳେ କେହି ଦୁର୍ବୁତ୍ତ ପ୍ରବୋଧଙ୍କ ଘରେ ପଶି ୨ଟି ଏଲଇଡ଼ି ଟିଭି, ବିଭିନ୍ନ ଆସବାବ ପତ୍ର ଓ କିଛି ସୁନା ଅଳାଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ପ୍ରବୋଧଙ୍କର ଜାତୀୟ ସ୍ତରର ମେଡାଲ ଓ ପୁରସ୍କାରଗୁଡିକୁ ମଧ୍ୟ ଦୁର୍ବୃତ୍ତ ଲୁଟିନେଇଥିବା ଅଭିଯୋଗ ହୋଇଛି। ପ୍ରବୋଧ ତୀର୍କୀ ରାଞ୍ଚିରେ ଥିବାବେଳେ ତାଙ୍କ ବାପା ଓ ମା ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ ଘରେ ରହୁଥିଲେ। ପ୍ରବୋଧଙ୍କ ବାପା ମା, ନିଜ ତାଙ୍କ ଗାଁକୁ ଯାଇଥିଲା ବେଳେ ଏପରି ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି। ଅଭିଯୁ଼କ୍ତମାନେ ୨ଟି ଗ୍ରିଲର ଚାବି ଭାଙ୍ଗି ପ୍ରବୋଧଙ୍କ ଘରେ ପଶିଥିଲେ। ପରେ ସବୁ ରୁମ୍‌ରେ ପଶି ବିଭିନ୍ନ ଜିନିଷ ଭଙ୍ଗାରୁଜା କରିଛନ୍ତି। ଏନେଇ ପ୍ରବୋଧଙ୍କ ଭାଇ ଅଶୋକ ତୀର୍କୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାହି କରିଛନ୍ତି। ଏହା ସହିତ ପ୍ରବୋଧଙ୍କ ମେଡାଲ ଗୁଡିକୁ ଫେରିପାଇ ତାଙ୍କ ଭାଇ ଅନୁରୋଧ କରିଛନ୍ତି।