ମାଈହାତୀ ମୃତଦେହ ଠାବ

Jun 26, 2022 - 04:59
 52
ମାଈହାତୀ ମୃତଦେହ ଠାବ
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ କଳାପାଟ ସଂରକ୍ଷିତ ଜଙ୍ଗଲ ଟୁଲୁକପଦା ଗାଁ ନିକଟରେ ମାଈହାତୀ ମୃତଦେହ ଠାବ ହୋଇଛି। କିଛି ସ୍ଥାନୀୟ ଲୋକ ଛତୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କେନ୍ଦୁଝର ଡିଏଫ୍ଓ ଏବଂ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ଥିଲେ। ହାତୀ କିପରି ମରିଛି ସେନେଇ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି। ହାତୀଟି ଗତକାଲି ଠାରୁ ମରି ପଡ଼ିଥିବା ଅନୁମାନ କରାଯାଉଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ରାଜ୍ୟରେ ହାତୀ ଶିକାର ଓ ଅସ୍ୱାଭାବିକ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ହୋଇଛି।