ମଧ୍ୟାହ୍ନ ଭୋଜନ ବିଭ୍ରାଟ, ପିଲା ଉପାସ

Sep 3, 2018 - 17:53
 225
ମଧ୍ୟାହ୍ନ ଭୋଜନ ବିଭ୍ରାଟ, ପିଲା ଉପାସ
ବଲାଙ୍ଗିର,୩/୯ (ସକାଳଖବର): ଆଜି ମଧ୍ୟାହ୍ନ ଭୋଜନ ବଂଟନ କ୍ଷେତ୍ରରେ ଘୋର ଅନିୟମିତତା ଦେଖିବାକୁ ମିଳିଥିଲା ବଲାଙ୍ଗିର ଜିଲ୍ଲାରେ । ଯେଉଁଥିପାଇଁ ଏକାଧିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭୋକ ଉପାସରେ ରହିବାକୁ ପଡିଥିଲା । ବିଶେଷ କରି ମୁ୍ୟନିସିପାଲଟି ଓ ପୁଇଁତଳା ବ୍ଲକର କୌଣସି ସ୍କୁଲରେ ମଧ୍ୟାହ୍ନ ଭୋଜନ ପହଂଚି ପାରିନଥିଲା । ଫଳରେ ପିଲାମାନେ ଭୋକରେ ଅତିଷ୍ଠ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ବିଲେଇସୁଡର଼୍ା ସେଂଟ୍ରାଲ କିଚେନ୍ ରୁ ବିଭିନ୍ନ ସ୍କୁଲକୁ ମଧ୍ୟାହ୍ନ ଭୋଜନ ପଠାଯିବା ପାଇଁ ନିଷ୍ପତି ହୋଇଥିଲା । ଗତକାଲି ସେଂଟ୍ରାଲ କିଚେନ୍ କୁ ସାଂସଦ କଳିକେଶ ସିଂହଦେଓ ଉଦଘାଟନ କରିଥିଲେ । ସେଂଟ୍ରାଲ କିଚେନ୍ ପରିଚାଳନା ଦାୟିତ୍ୱ କ୍ରିଷ୍ଣା କୃପା ଟ୍ରଷ୍ଟକୁ ଦିଆଯାଇଛି। କିନ୍ତୁ ଟ୍ରଷ୍ଟ ପକ୍ଷରୁ ଆଜି ଏଠାକୁ ମଧ୍ୟାହ୍ନ ଭୋଜନ ପଠାଯାଇନଥିବା ଅଭିଯୋଗ ହୋଇଛି ।