ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

Nov 3, 2022 - 05:52
 38
ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ
ଭଦ୍ରକ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । କିଛି ସମର୍ଥକଙ୍କ ସହ ୭୮ ନମ୍ବର ବୁଥରେ ପହଞ୍ଚି ମତଦାନ କରିଛନ୍ତି ଅବନ୍ତୀ । ଧାମନଗରବାସୀଙ୍କ ମତଦାନକୁ ନେଇ ବେଶ ଆଶାୟୀ ଅଛନ୍ତି ବୋଲି ଅବନ୍ତୀ କହିଛନ୍ତି । ତେବେ ନିଷେଧାଞ୍ଚଳରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପ୍ରଚାର ଗାଡ଼ି ବୁଲୁଥିବା ଦେଖିବାକୁ ମିଳିଛି । ଦଳୀୟ ଚିହ୍ନ ଲାଗିଥିବା ଗାଡ଼ିକୁ ଲୋକେ ପ୍ରବଳ ବିରୋଧ କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କାଁପଡ଼ା ୭୫ ଓ ୭୭ ନଂ ବୁଥରେ ଅବନ୍ତୀଙ୍କ ଦଳୀୟ ଚିହ୍ନ ଥିବା ଗାଡ଼ିକୁ ଲୋକେ ବିରୋଧ କରିଛନ୍ତି । ବିରୋଧ ପରେ ଉକ୍ତ ଗାଡ଼ି ପଳାଇଥିବାବେଳେ ଅବନ୍ତୀ ଚାଲି ଚାଲି ଯାଇଥିଲେ ।