ହିମାଚଳ ନିର୍ବାଚନ: ପୋଷ୍ଟାଲ୍‌ ବାଲଟ୍‌ରେ ଭୋଟ୍‌ ଦେଲେ ଭାରତର ପ୍ରଥମ ଭୋଟର୍‌ ୧୦୬ ବର୍ଷିୟ ଶ୍ୟାମଶରଣ ନେଗି

Nov 3, 2022 - 05:54
 47
ହିମାଚଳ ନିର୍ବାଚନ: ପୋଷ୍ଟାଲ୍‌ ବାଲଟ୍‌ରେ ଭୋଟ୍‌ ଦେଲେ ଭାରତର ପ୍ରଥମ ଭୋଟର୍‌ ୧୦୬ ବର୍ଷିୟ ଶ୍ୟାମଶରଣ ନେଗି
କିନ୍ନୁର: ସ୍ବାଧୀନ ଭାରତର ପ୍ରଥମ ଭୋଟର୍‌ ୧୦୬ ବର୍ଷିୟ ଶ୍ୟାମଶରଣ ନେଗି ବୁଧବାର ଦିନ କଲ୍‌ପାସ୍ଥିତ ତାଙ୍କ ବାସଭବନରେ ପୋଷ୍ଟାଲ୍‌ ବାଲଟ୍‌ ମାଧ୍ୟମରେ ୧୪ଶ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଦେଇଛନ୍ତି। ଏକଦା ଶିକ୍ଷକତା କରୁଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୁନ୍ନୁର ବାସିନ୍ଦା ନେଗି ଏହାକୁ ମିଶାଇ ହିମାଚଳ ପ୍ରଦେଶ ନିମନ୍ତେ ୩୪ଥର ମତଦାନ ଅଧିକାର ସାବ୍ୟସ୍ତ କଲେଣି। ସରକାରୀ ସ୍କୁଲ୍‌ରେ ଶିକ୍ଷକତା କରୁଥିବାରୁ ଦେଶର ପ୍ରଥମ ନିର୍ବାଚନରେ ତାଙ୍କର ‘ପୋଲ୍‌ ଡିୟୁଟି’ ପଡ଼ିଥିଲା। ତେଣୁ, ତାଙ୍କ ଗାଁରେ ଥିବା ‘ପୋଲିଙ୍ଗ୍‌ ପାର୍ଟି’କୁ ସେ ଅନୁରୋଧ କରି କହିଥିଲେ କି, ମୋ ପାଇଁ ଟିକେ ଆଗୁଆ ଭୋଟ୍‌ ଦେବା ବ୍ୟବସ୍ଥା କରିଦେଲେ ମୁଁ ଭୋଟ୍‌ ଦେଇ ଦେଇ ‘ଡିୟୁଟି’ ପଡ଼ିଥିବା ବୁଥ୍‌କୁ ଯାଆନ୍ତି। ସେଠାରେ ଥିବା ନିର୍ବାଚନ ଅଧିକାରୀ ତାଙ୍କ ଅନୁରୋଧ ରକ୍ଷା କରିବାରୁ ନେଗି ଦେଶର ପ୍ରଥମ ଭୋଟର୍‌ ହେବାର ଗୌରବ ଅର୍ଜନ କରିଥିଲେ। ସେ ପଞ୍ଚାୟତ ହେଉ କି, ଲୋକସଭା ନିର୍ବାଚନ ହେଉ- ସେବେଠାରୁ ସେ କୌଣସି ଭୋଟ୍‌ ‘ମିସ୍‌’ କରି ନାହାନ୍ତି।