ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ବୈଠକ
ଅନୁଗୁଳ,୧୧/୮(ସକାଳଖବର): ଆଜି ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ବୈଠକ ଜିଲ୍ଲା ସଭାପତି ଅଜିତ୍ ପ୍ରଧାନଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ପ୍ରଭାରୀ ଇଂ. ଦେବାଶିଷ ହୋତା ଯୋଗଦେଇ ନବୀନ ସରକାରର ଚାଷୀ ମାରଣ ନିତୀ ବିରୁଦ୍ଧରେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ଚାଷୀମାନଙ୍କୁ ଧରି ସେମାନଙ୍କର ସ୍ୱାର୍ଥରକ୍ଷା ଉଦେ୍ଧଶ୍ୟରେ ବିଶାଳ ଗଣଆନେ୍ଦାଳନ ଗଢିତୋଳିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକକୁ ଜିଲ୍ଲାର ସାଧାରଣ ସଂପାଦକ ଜଗନ୍ନାଥ ଗଡନାୟକସିଂହ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ତତ୍ସହିତ ନରେନ୍ଦ୍ର ମୋଦିଙ୍କର ଚାଷୀ ହିତକାରୀ ଯୋଜନା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃଷକ ମୋର୍ଚ୍ଚା ତର‘ରୁ ଧନ୍ୟବାଦ ଦିଆଯାଇଥିଲା । କୃଷକ ମୋର୍ଚ୍ଚାର ସଂଗଠନକୁ ଜିଲ୍ଲାରେ ସୁଦୃଢ କରିବା ନିମନ୍ତେ ସଭାପତି ଶ୍ରୀ ପ୍ରଧାନଙ୍କୁ କିଶୋରନଗର, ଅଇଡା, ମାଧପୁର ଓ ଆଠମଲ୍ଲିକ ନଗର ମଣ୍ଡଳର ସଂଯୋଜକ ଭାବେ ଦାୟ୍ିତ୍ୱ ପ୍ରଭାରୀ ଦେଇଥିଲେ । ସାଧାରଣ ସଂପାଦକ ଶ୍ରୀ ଗଡନାୟକସିଂହ ବଡକେରା, ଅନୁଗୁଳ ନଗର, ଖଲାରୀ, ବଁଅରପାଳ ଓ ମହିଧରପୁର, ଶ୍ରୀ ଲିଙ୍ଗରାଜ ଦାଶଙ୍କୁ ପବିତ୍ର ନଗର ଓ ରେଙ୍ଗାଳୀ, ବାନାମ୍ବର ପ୍ରଧାନଙ୍କୁ ନାକ୍ଚି ଓ ବଇଣ୍ଡା ମଣ୍ଡଳ, ପଂଚାନନ ସାହୁଙ୍କୁ ପାଲଲହଡା, ଖେମଳା ଓ ଖମାର, ରବିନାରାୟଣ ପ୍ରଧାନଙ୍କୁ ହିଙ୍ଗୁଳା ଓ ସାରଶକ୍ତି, ଯୁଗଳ କିଶୋର ସାହୁଙ୍କୁ ସାତକୋଶିଆ ଓ ଠାକୁରଗଡ ମଣ୍ଡଳ, ମାୟାଧର ପ୍ରଧାନଙ୍କୁ ବନ୍ତଳା, ଶୁଶାନ୍ତ ପ୍ରଧାନଙ୍କୁ ବ୍ରାହ୍ମଣୀ, ରେଳ ମଣ୍ଡଳ ଓ ତାଳଚେର ନଗର ମଣ୍ଡଳ, ପ୍ରଦୀପ ସାହୁଙ୍କୁ ବଡକେରେଜାଙ୍ଗ ଓ କୁକୁଡାଙ୍ଗ ମଣ୍ଡଳ, ଜଗବନ୍ଧୁ ପ୍ରଧାନଙ୍କୁ ଛେଣ୍ଡିପଦା, ବାଗେଡିଆ, କୋଶଳା ଓ ଜରପଡା ମଣ୍ଡଳ ଓ ଲୋକନାଥ ସାହୁଙ୍କୁ କଣିହାଁ ମଣ୍ଡଳର ସଂଯୋଜକ ଭାବେ ନିଯୁକ୍ତି କରାଯାଇଥିଲା । ଅନୁଗୁଳ ନିର୍ବାଚନମଣ୍ଡଳୀର ବିସ୍ତାରକ ଶ୍ରୀ ପ୍ରଦୀପ କୁମାର ବିଶ୍ୱାଳ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।