ଭବାନୀପାଟଣା , ରାଉରକେଲାରେ ବର୍ଷିଲେ ରାହୁଲ
ଭବାନୀପାଟଣା,୬/୨ (ସକାଳଖବର): ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଧାନ କ୍ୱିଂଟାଲ ପିଛା ଦର ୨୬୦୦ ଟଙ୍କା ହେବ । କଂଗ୍ରେସ ସରକାର ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କ୍ଷମତାକୁ ଆସିବାର ୨ ଦିନରେ କୃଷି ଋଣ ଛାଡ କରାଯାଇଥିଲା । ଓଡିଶାରେ ମଧ୍ୟ ୨ ଦିନରେ କୃଷି ଋଣ ଛାଡ୍ ହେବ । ସବୁ ଗରୀବଙ୍କୁ ସର୍ବନିମ୍ନ ଆୟ ଦିଆଯିବ ବୋଲି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଭବାନୀପାଟଣା ଓ ରାଉରକେଲା ଠାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ।
ଅନ୍ୟପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓ ନବୀନ ସରକାର ଆପଣମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରି ଆସୁଛନ୍ତି । କଂଗ୍ରେସ ସବୁବେଳେ ଏହି ଅଂଚଳ ଉପରେ ଗୁରୁତ୍ୱ ଦେଇଛି । ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ ଚିଟଫଣ୍ଡ ଓ ମୋଦି ରାଫେଲ ଓ ବିମୁଦ୍ରାକରଣ ଦେଲେ । ମୋଦି ସରକାର ବିଜୟ ମାଲ୍ୟା, ଅନୀଲ ଅମ୍ବାନୀଙ୍କୁ ସହାୟତା ଦେଲେ । ମୋଦି ସରକାର ଆପଣଙ୍କ ପକେଟରୁ ଯାହା ବାହାର କରିଥିଲେ, ଆମେ ତାକୁ ଆପଣଙ୍କ ପକେଟକୁ ପଠାଇବୁ । ଦୁନିଆରେ କୈାଣସି ଶକ୍ତି ଏହାକୁ ଅଟକାଇ ପାରିବ ନାହିଁ ବୋଲି ରାହୁଲ କହିଛନ୍ତି । ନବୀନ ପଟ୍ଟନାୟକ ରିମୋଟ୍ କଂଟ୍ରୋଲ ଓ ଚୈାକିଦାର ଚୋର ଅଟେ । କେନ୍ଦ୍ର ଯାହା କୁହେ, ନବୀନ ପଟ୍ଟନାୟକ ଠିକ ସେୟା କରନ୍ତି । ଉଭୟ ଯୁଆଡେ ଯାଅ ।ନ୍ତି, କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ କଂଗ୍ରେସ ଯାହା ପ୍ରତିଶ୍ରୁତି ଦିଏ, ତାକୁ ପାଳନ କରେ । କଂଗ୍ରେସ ସରକାରକୁ ଭୋଟ ଦିଅ, ରିମୋଟ୍ ସରକାରକୁ ତଳେ ରଖ ବୋଲି ରାହୁଲ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ମୋଦି ସରକାର ବଜେଟରେ ·ଷୀ ପରିବାର ପାଇଁ ଦୈନିକ ୧୭ ଟଙ୍କା ଦେବାର ବ୍ୟବସ୍ଥା କଲେ ।ହେଲେ ୧୫ ଜଣ ଶିଳ୍ପପତି ବନ୍ଧୁଙ୍କ ପାଇଁ ମୋଦି ୪ ବର୍ଷରେ ସାଢେ ୩ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଦେଲେ । ଦେଶରେ ନରେନ୍ଦ୍ର ମୋଦି କିମ୍ବା ରାଜ୍ୟରେ ନବୀନ ପଟ୍ଟନାୟକ କୃଷିଋଣ ଛାଡ କରିପାରିବେ ନାହିଁ । ଛତିଶଗଡରେ କଂଗ୍ରେସ ସରକାର ଆସିବା କ୍ଷଣି ଧାନ କ୍ୱିଂଟାଲ ପିଛା ୨୫୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛି ।ଛତିଶଗଡରେ ଧାନ ପାଇଁ ୨୫୦୦ ଟଙ୍କା ଦାମ ଦିଅ ।ଯାଉଛି ୟ ନବୀନ ପଟ୍ଟନାୟକ ସରକାର ଅ ।ପଣଙ୍କୁ କେତେ ଦାମ ଦେଉଛନ୍ତି? ଯଦି କଂଗ୍ରେସ ଓଡିଶାରେ କ୍ଷମତାକୁ ଆସେ ତେବେ କ୍ୱିଂଟାଲ ପିଛା ୨୬୦୦ ଟଙ୍କା ଦେବ ।
ଜଳ, ଜମି ଜଙ୍ଗଲ ସବୁ ଆଦିବାସୀଙ୍କର । ଯେତେବେଳେ ଦିଲ୍ଲୀରେ ଆମ ସରକାର ଥିଲାବଳେ ପେଶା ଅ ।ଇନ କାର୍ଯ୍ୟକାରୀ କରିଥିଲୁ । ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇଥିବା ଆପଣଙ୍କ ଜମିକୁ ଫେରାଦେବାକୁ କଂଗ୍ରେସ ନିଷ୍ପତି ନେଇଛି । ଆମ ସରକାର ନେଇଥିବା ନିଷ୍ପତି ଅନୁସାରେ, ଅ ।ଦିବାସୀ, ·ଷୀଙ୍କୁ ବଜାର ଦର ଠାରୁ ୪ ଗୁଣା ଅଧିକ ଅର୍ଥ ଦେଇ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରାଯିବ । ନବୀନ ପଟ୍ଟନାୟକ ସରକାର ଓ ବିଜେପି ସରକାର ଆପଣଙ୍କ ଠାରୁ ଆପଣଙ୍କ ଜମି ଛଡାଇ ନେବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ସରକାର ଓ ଏହାର ତମାମ ନେତା ଆଦିବାସୀଙ୍କ ଜମିକୁ ରକ୍ଷା କରିବେ । ଜଳ, ଜମି ଓ ଜଙ୍ଗଲ ଉପରେ ଥିବା ଅ ।ପଣଙ୍କ ହକ୍ କୁ କଂଗ୍ରେସ ରକ୍ଷା କରିବ ବୋଲି ସେ କହିଛନ୍ତି । ନିୟମଗିରିରେ ଲଢେଇ ବେଳେ ଆପଣଙ୍କ ସହ ମୁଁ ଠିଆ ହେଲି । କଂଗ୍ରେସ ଅ ।ପଣଙ୍କ ପାଇଁ ନରେଗା ଅଣିଲା,କଂଗ୍ରେସ ଅ ।ପଣଙ୍କ ପାଇଁ ଆଦିବାସୀ ବିଲ୍ ଆଣିଲା, ମୋଦି ତାହାକୁ ନଷ୍ଟ କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଦାନ ମାଝୀ ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୋହି ଥିଲେ, ଯାହା ଅନ୍ତର୍ଜାତୀୟ ଖବର ହୋଇଥିଲା । ମୁଖ୍ୟମନ୍ତ୍ରୀ ଗୋଟିଏ ଶବ୍ଦ ମଧ୍ୟ କହିନଥିଲେ ।