ବାଲିକୁଦା-ଏରସମା ବିଜେପି ଟିକେଟ୍ ନେଇ ହୃତସମ୍ପନ୍ଦନ

Jan 10, 2019 - 19:13
 189
ବାଲିକୁଦା-ଏରସମା ବିଜେପି ଟିକେଟ୍ ନେଇ ହୃତସମ୍ପନ୍ଦନ
କୁଜଙ୍ଗ, ୧୦/୧(ସକାଳଖବର): ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ପାଖରେ ପହଂଚିବାର ପ୍ରୟାସ କ୍ରମରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, କଂଗ୍ରେସର ବିଭିନ୍ନ ପଞ୍ଚାୟତରେ ଦଳୀୟ କାର୍ଯ୍ୟାଳୟର ଉଦ୍ଘାଟନ ସହିତ ବିଜେପିର ଜନପରମର୍ଶ ପଦଯାତ୍ରା ବିଗତ ବର୍ଷର ଶେଷ ପର୍ଯ୍ୟାଳୟରେ ଅଂଚଳରେ ନିର୍ବାଚନ ହାୱାର ସଂକେତ ପ୍ରଦାନ କରିଥିବା ବେଳେ ନୂତନ ବର୍ଷର ଆରମ୍ଭରେ ଅଂଚଳର ବିଭିନ୍ନ ଛକ ଜାଗାମାନଙ୍କରେ ରାଜନେତାମାନଙ୍କର ଭରପୁର ହୋଡିଂ ଓ ବ୍ୟାନର ସୂଚନା ଦିଏ କେଉଁ ଦଳରୁ କିଏ ଆଶାୟୀ ପ୍ରାର୍ଥୀ ଅଛନ୍ତି । ଯେଉଁ ଦଳରେ ଜଣେ ନେତୃତ୍ୱ ସେ ଆଗାମି ସାମ୍ଭାବ୍ୟ ପ୍ରାର୍ଥୀ ପାଇଁ ଏକ ପ୍ରକାର ନିଶ୍ଚିତ ଥିବାବେଳେ ଯେଉଁ ଦଳରେ ଏକାଧିକ ନେତୃତ୍ୱ କାର୍ଯ୍ୟକରୁଛି ତାହା ସାମ୍ଭାବ୍ୟ ପ୍ରାର୍ଥୀକୁ ନେଇ ସାଧାରଣରେ ଅଙ୍କ କଷା ଚାଲିଛି । ଏହି କ୍ରମରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟିରୁ ୩ ଜଣ ଆଶୟୀ ପ୍ରାର୍ଥୀ ଥିବାର କୁହାଯାଉଛି । ସମଗ୍ର ନିର୍ବାଚନମଣ୍ଡଳୀରେ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ମୁଖ୍ୟତଃ ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ରଘୁନନ୍ଦନ ଦାସ ଓ ପ୍ରିୟରଂଜନ ଦାସ ଉଭୟ ମିଳିତ ଭାବେ ସାମିଲି ହେଉଥିବା ଦେଖିବାକୁ ମିଳିଛି । ଦଳୀୟ ଟିକେଟ୍ ପାଇଁ ଉଭୟ ଆଶାୟୀ ଥିବା ବେଳେ ଦଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ଚିତ ରଂଜନ କଂସ ଯେକି ୨୦୧୪ ସାଧାରଣ ନିର୍ବାଚନରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ । ସେ ମଧ୍ୟ ପୂନର୍ବାର ଟିକେଟ୍ ଆଶାୟୀ ଥିବା କୁହାଯାଉଛି । ଏହି ନିର୍ବାଚନ ମଣ୍ଡଳୀରେ ଭାଜପାର ଦଳୀୟ ସଂଗଠନ ଯଦିଓ ମଜଭୁତ ସ୍ଥିତିରେ ନାହିଁ ତଥାପି ରଘୁନନ୍ଦନ ଓ ପ୍ରିରଞ୍ଜନଙ୍କ ମିଳିତ ନେତୃତ୍ୱ ରେ ଦଳ କ୍ରମଶଃ ଆଗକୁ ବଢୁଥିବା ପରିଲକ୍ଷିତ ହେଉଛି । ଅନ୍ୟପକ୍ଷରେ ଦଳୀୟ ସଂଗଠନକୁ ମଜଭୁତ କରିବାପାଇଁ ଉଦ୍ୟମ ଜାରିରଖିଥିବା ପ୍ରିୟରଂଜନ କିମ୍ବା ରଘୁ ନନ୍ଦନଙ୍କ ମଧରୁ କେହିଜଣେ ଭାଜପା ଟିକେଟ୍ ପାଇବା ନିଶ୍ଚିତ ଯାହା ଚର୍ଚ୍ଚା ଜୋର ଧରିଛି । ସୂଚନା ଯୋଗ୍ୟଯେ ଗତ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଏହି କ୍ରମରେ ନବଗଠିତ ବାଲକୁଦା ଏରସମା ନିର୍ବାଚନ ମଣ୍ଡଳୀର ପ୍ରଥମ ସାଂଗଠନିକ ଦାୟିତ୍ୱ ନେଇଥିଲେ ପ୍ରିୟରଞ୍ଜନ ଦାସ । ଆର୍ଏସ୍ଏସ୍ରୁ ଛାତ୍ର ରାଜନୀତି, କଟକ ଷ୍ଟୁଆର୍ଟ କଲେଜ୍ ରୁ ଅଶି ଦଶକରେ ଏବିଭିପିରୁ ଛାତ୍ର ସଂସଦ ସଭାପତି, ପରବର୍ତୀ ମୟରେ ଜଗତସିଂହପୁର ଜିଲା ଯୁବ ମୋର୍ଚ୍ଚା ସଭାପତି, ଜିଲା ସମ୍ପାଦକ ଏବଂ ୨୦୦୬ରେ ଜିଲା ସଭାପତି ନିଯୁକ୍ତ ସହିତ ବିଭନ୍ନ ସାଂଗଠନିକ ଜିଲା ଗୁଡିକରେ ପ୍ରଭାରୀ ଦାୟିତ୍ୱ ନିର୍ବାହ କରିଥିବା ପ୍ରିୟରଞ୍ଜନ ଜଣେ ଅଭିଜ୍ଞତା ସମ୍ପନ୍ନ ସଂଗଠକ । ନବଗଠିତ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ୨୦୦୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ପ୍ରିରଞ୍ଜନଙ୍କୁ ଯଦିଓ ଆଶା ଜନକ ସଫଳତା ମିଳିନଥିଲା ମାତ୍ର ଏହି ନିର୍ବାଚନ ପରେ ପ୍ରିୟରଞ୍ଜନ ସମଗ୍ର ନିର୍ବାଚନମଣ୍ଡଳୀରେ ପିଜେପିର ସଂଗଠନର ଭିତି ସ୍ଥାପନ କରିଥିଲେ । ୨୦୧୪ ସାଧାରଣ ନିର୍ବାଚନର ଶେଷ ମୁହୂର୍ତରେ ପ୍ରିୟ ରଞ୍ଜନ ଟିକେଟ୍ରୁ ବଂଚିତ ହୋଇଥିଲେ । ଏହ÷ି ନିର୍ବାଚନରେ ଚିତ ରଂଜନ କଂସ ବିଜେପି ପ୍ରାର୍ଥା ଭାବେ ନିର୍ବାଚନ ଲଢିଥିଲେ ବି ପରବର୍ତୀ ସମୟରେ ଦଳର ସାଂଗଠନିକ କାର୍ଯ୍ୟରେ ତାଙ୍କର କୌଣସି ଭୂମିକା ରହିନଥିଲା । ଯାହା ପୂନର୍ବାର ପ୍ରିୟରଞ୍ଜନ ଦଳର ସଂଗଠନ ଦାୟିତ୍ୱ ନେଇଥିଲେ ।