ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

Jul 13, 2022 - 06:13
 46
ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡା: ମାଛ ଧରିବାକୁ ନଦୀକୁ ଯାଇଥିଲେ, ହେଲେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଘଟିଛି ଏହି ମର୍ମନ୍ତୁଦ ଘଟଣା । ଗତକାଲି କେୟାରବାଙ୍କ ଗାଁର ନାଗମଣି ମଲ୍ଲିକ ନାମକ ଜଣେ ୬୫ ବର୍ଷିୟ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିବା ଜଣାପଡିଛି । ଗତକାଲି ସନ୍ଧ୍ୟାରେ ଗୋବରୀ ନଦୀରେ ନାଗମଣି ଅନ୍ୟ ଦୁଇ ଜଣଙ୍କ ସହ ମାଛ ଧରିବାକୁ ଯାଇଥିଲେ । ନଦୀ କୂଳରେ ଆଗପଛ ହୋଇ ଜାଲ ପକାଉଥିବା ବେଳେ ଏକ ଶବ୍ଦ ଶୁଣିଥିଲେ ସାଙ୍ଗରେ ଯାଇଥିବା ମତ୍ସ୍ୟଜୀବୀ । ଶବ୍ଦ ଶୁଣି ସେମାନେ ଆସି ଦେଖଲା ବେଳେକୁ ସେଠାରେ ନାଗମଣି ନଥିଲେ, ନଦୀର ସେହି ସ୍ଥାନରେ କୁମ୍ଭୀର ଭାସୁଥିଲା । ନଦୀରେ କୁମ୍ଭୀର ଦେଖି ସାଥି ମତ୍ସ୍ୟଜୀବୀ ଭୟଭୀତ ହୋଇ ଗାଁକୁ ଫେରି ଆସିଥିଲେ । ଖବର ପାଇ ଗାଁ ଲୋକେ ଗୋବରୀ ନଦୀରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନାଗମଣିଙ୍କ କୌଣସି ପତ୍ତା ମିଳି ନାହିଁ ।