ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ବ୍ୟବସାୟୀ ଶିବ ପ୍ରସାଦ ଦାସ

Dec 1, 2022 - 06:48
 54
ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ବ୍ୟବସାୟୀ ଶିବ ପ୍ରସାଦ ଦାସ
ଭୁବନେଶ୍ୱର:ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ସେ ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବ୍ୟବସାୟୀ ଶିବ ପ୍ରସାଦ ଦାସଙ୍କୁ ଇଡିରେ ହାଜର ହେବାକୁ ପୂର୍ବରୁ ସମନ ଜାରି ହୋଇଥିଲା। ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବ ପ୍ରସାଦଙ୍କୁ ପଚରାଉଚରା କରିବ ବୋଲି ଜଣାଯାଇଛି। କେବେ ଓ କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ହୋଇଥିଲା ତାର ଖିଅ ଇଡି ଖୋଜିବ। ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ପ୍ରଯୋଜକ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଏହାଛଡ଼ା ଇଡି ବ୍ୟବସାୟୀ, ଅମୀୟକାନ୍ତ ଦାସ, ପ୍ରଯୋଜକ ପ୍ରମୋଦ ସ୍ବାଇଁ, ଖଗେଶ୍ବରର ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନ ପ୍ରମୁଖଙ୍କୁ ମଧ୍ୟ ଜେରା କରିସାରିଲାଣି। ଅର୍ଚ୍ଚନା ନାଗ ମାମଲାରେ ପୁଣି ଇଡିରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ତୃତୀୟ ଦିନ ଲାଗି ସେ ଇଡିରେ ହାଜର ହେବ‌େ ବୋଲି କୁହାଯାଉଛି । ଗତ ଦୁଇ ଥର ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା। ଗତକାଲି ଖଗେଶ୍ବରଙ୍କ ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନଙ୍କୁ ଇଡି ପଚରାଉଚରା କରିବା ପରେ ତାଙ୍କଠାରୁ କିଛି ବିଶେଷ ତଥ୍ୟ ପାଇ ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରିଥିବା କୁହାଯାଉଛି।