ବିଶ୍ୱ ଜୈବ ଇନ୍ଧନ ଦିବସ ଯୋଗଦେବେ ପ୍ରଧାନମନ୍ତ୍ରୀ

Aug 9, 2018 - 17:28
 171
ବିଶ୍ୱ ଜୈବ ଇନ୍ଧନ ଦିବସ  ଯୋଗଦେବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୯/୮ (ସକାଳଖବର):ଜୈବ ଇନ୍ଧନ ଦିବସ ଅବସରରେ ୨୦୧୮ ଅଗଷ୍ଟ ୧୦ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ସେ କୃଷକ, ବୈଜ୍ଞାନିକ, ଉଦ୍ୟୋଗୀ, ଛାତ୍ର, ସରକାରୀ ପଦାଧିକାରୀ ଏବଂ ବିଧାୟକମାନଙ୍କର ଏକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ କରିବାରେ ଜୈବ ଇନ୍ଧନ ବିଶେଷ ଭାବେ ସହାୟକ ହେବ । ଏହା ସ୍ୱଚ୍ଛ ପରିବେଶ, କୃଷକମାନଙ୍କ ଆୟବୃଦ୍ଧି, ଗ୍ରାମାଂଚଳରେ ରୋଜଗାର ବୃଦ୍ଧି ଆଦି କ୍ଷେତ୍ରରେ ମଧ୍ୟ ଯୋଗଦାନ କରିପାରିବ । ଏଥିପାଇଁ ସରକାରୀ ପଦକ୍ଷେପମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପଦକ୍ଷେପ ଫଳରେ ପେଟ୍ରୋଲ ସହ ଇଥାନଲର ବ୍ୟବହାର ବୃଦ୍ଧି ପାଇଛି । ୨୦୧୩-୧୪ରେ ଇଥାନଲ ଯୋଗଦାନ ୩୮ କୋଟି ଲିଟର ଥିଲାବେଳେ ୨୦୧୭-୧୮ରେ ଏହା ବୃଦ୍ଧି ପାଇ ପାଖାପାଖି ୧୪୧ କୋଟି ଲିଟରରେ ପହଂଚିଛି । ସରକାର ମଧ୍ୟ ୨୦୧୮ ଜୁନରେ ଜୈବ ଇନ୍ଧନର ଜାତୀୟ ନୀତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।