ଅନୁଗୋଳରେ ଅଟଳଜୀଙ୍କ ଚିତାଭଷ୍ମ
ଅନୁଗୋଳ,୨୫/୮ (ସକାଳଖବର): ଅନୁଗୋଳରେ ଆଜି ପହଞ୍ଚôଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭଷ୍ମ । ଭାଜପା ଜିଲା ସଭାପତି ଭାଗିରଥି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଭୂବନେଶ୍ୱରରୁ ଏକ କାର ଯୋଗେ ଅପରାହ୍ନ ୪ ଘଟିକା ବେଳେ ଆସିବା ପରେ ଛେଳିଆପଡ଼ାଠାରୁ ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏବଂ ସେଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ କୁନି କୁନି ପିଲାମାନେ ଅଟଳଜୀଙ୍କ ଚିତାଭଷ୍ମକୁ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହାପରେ ସହର ପରିକ୍ରମା କରିବା ପରେ ଜିଲା କାର୍ଯ୍ୟାଳୟରେ ଚିତାଭଷ୍ମକୁ ଅବସ୍ଥାନ କରାଯାଇଛି । ଆସନ୍ତା କାଲି ସର୍ବସାଧାରଣଙ୍କ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ଜିଲା କାର୍ଯ୍ୟାଳୟଠାରେ ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାର ଦିନ ବ୍ରାହ୍ମଣୀ ନଦୀରେ ଅଟଳଜୀଙ୍କ ଚିତାଭଷ୍ମକୁ ବିସର୍ଜନ କରାଯିବ ବୋଲି ଭାଜପା ନଗର ସଭାପତି ନମିତା ଦଳବେହେରା ସୂଚନା ଦେଇଛନ୍ତି । ଏହି ଶୋଭାଯାତ୍ରାରେ ଭାଜପା ଢେ଼ଙ୍କନାଳ ଜିଲା ସଭାପତି ବିଭୂତି ପ୍ରଧାନ, ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟଣ ପାଣି, ଓବିସି ମୋର୍ଚ୍ଚା ଜିଲା ସଭାପତି ଦିଲ୍ଲୀପ ପ୍ରଧାନ, ମୀନକେତନ ଅମାନ୍ତ, ପ୍ରତାପ ପ୍ରଧାନ, ପ୍ରତିମା ମିଶ୍ର, ଦିଲେଶ୍ୱର ପ୍ରଧାନ, ନିର୍ମଳ ଅଗ୍ରୱାଲା, ଲୋଚନ ସାହୁ, ମିଳାପ ପ୍ରଧାନଙ୍କ ସମେତ ବହୁ ଭାଜପା କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।