୨ ସନ୍ତାନର ଜଜନୀକୁ ନେଇ ଫେରାର

Aug 6, 2018 - 07:29
 214
ଅନୁଗୋ.୬/୮(ସକାଳଖବର): ପ୍ରେମ ହେଉଛି ଚିରନ୍ତନ ସତ୍ୟ ଓ ଶାଶ୍ୱତ । ତେବେ ଆଧୁନିକ ସମାଜରେ ପ୍ରେମର ପରିଭାଷା ବଦଳିଯାଇଛି । ପ୍ରେମର ପରିଭାଷାକୁ ଆଜିର ମାନବ ସମାଜ ଦଳି ଚକଟି ଦେଇଛି । ଆଉ ଭୂଲି ଯାଇଛି ମାନବିକତା ଓ ବ୍ୟକ୍ତିତ୍ୱକୁ । ଯାହାକି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଅଁରପାଳ ଥାନା ଅନ୍ତର୍ଗତ ଫୁଲପଡ଼ା ଅଞ୍ଚଳରେ । ଜଣେ ବିବାହିତ ମହିଳା ତଥା ୨ ସନ୍ତାର ଜନନୀ ପ୍ରେମ ଜାଲରେ ଅନ୍ଧ ହୋଇ ଜୈନିକ ଫାଇନାନ୍ସ କର୍ମଚାରୀଙ୍କ ସହିତ ଫେରାର ହୋଇଯାଇଥିବା ଜଣାଯାଇଛି । ଏନେଇ ସମ୍ପୃକ୍ତା ମହିଳାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଅପହରଣ କରିନେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରି ରହିଛି ।