ବିଦ୍ୟାଳୟରେ ଉଠବସ୍ କରିବାରୁ ୭ଛାତ୍ରୀ ଅସୁସ୍ଥ

Apr 11, 2022 - 05:38
 46
ବିଦ୍ୟାଳୟରେ ଉଠବସ୍ କରିବାରୁ ୭ଛାତ୍ରୀ ଅସୁସ୍ଥ
ପାଟଣାଗଡ: ବିଦ୍ୟାଳୟରେ ଉଠବସ୍ କରାଯିବାରୁ ୭ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡସ୍ଥିତ ବାପୁଜୀ ହାଇସ୍କୁଲରେ । ଏଠାରେ ୭ଜଣ ଛାତ୍ରୀଙ୍କୁ ଉଠବସ୍ କରାଯିବାରୁ ସେମାନେ ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି । ପ୍ରାର୍ଥନା ସଭାରେ ବିଳମ୍ବରେ ପହଞ୍ଚିଥିବା କାରଣରୁ ଶିକ୍ଷକୁ ତାଙ୍କୁ ଉଠବସ୍ କରିଥିବା କୁହାଯାଇଛି । ଉଠବସ୍ କରିବା ପରେ ଛାତ୍ରୀମାନେ ଅଚେତ ହୋଇପଡିଥିଲେ । ଅଚେତ ହୋଇଥିବା ଛାତ୍ରୀମାନଙ୍କୁ ବିଦ୍ୟାଳୟ କର୍ମଚାରୀଙ୍କ ଦ୍ୱାରା ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ସରକାର ବିଦ୍ୟାଳୟଗୁଡିକୁ ଦଣ୍ଡମୁକ୍ତ ଘୋଷଣା କରିଥିବାବେଳେ, ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବାରୁ, ଏନେଇ ଚାରିଆଡେ ଚର୍ଚ୍ଚା ହେଉଛି ।