ବିଜୟଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ଦିଲ୍ଲୀପ

Apr 5, 2019 - 04:44
 153
ବିଜୟଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ଦିଲ୍ଲୀପ
ଭୁବନେଶ୍ୱର,୪/୪(ସକାଳଖବର): ମୋର କୌଣସି ଦଳରେ ଯୋଗ ଦେବାର ନାହିଁ । ବିଜୟ ମହାପାତ୍ର ମୋର ବନ୍ଧୁ ହୋଇଥିବାରୁ ତାଙ୍କ ପାଇଁ ଯାହା କରିବା କଥା କରିବି । ଏପରିକି ନିର୍ବାଚନ ପ୍ରଚାର ମଧ୍ୟ କରିବି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରକାଶ କରିଛନ୍ତି । ବିଦେଶ ଗସ୍ତରୁ ଫେରିବା ପରେ ଆଜି ରାଉରକେଲାରେ ପହଂଚିଥିଲେ । ତାଙ୍କୁ ଏୟାରପୋର୍ଟଠାରେ ରାଉରାକେଲାବାସୀଙ୍କ ତରଫରୁ ଉଚ୍ଛ୍ୱସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତରରେ ସେ କହିଥିଲେ ଯେ, ରାଉରକେଲାରେ ଯିଏ ଜିତିବ ଏବଂ ଉନ୍ନୟନ କାର୍ଯ୍ୟପ୍ରତି ଧ୍ୟାନ ଦେବ ତା ସହିତ ମିଶି କାମ କରିବି । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେସିୟାଲିଟି ହସ୍ପିଟାଲ ଏବଂ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଦାବିକୁ ନେଇ ତାଙ୍କର ଯେଉଁ ଲଢେ଼ଇ ଚାଲିଛି ତାକୁ ଅବ୍ୟାହତ ରଖିବେ । ଆଗାମୀ ରାଜନୈତିକ ଭବିଷ୍ୟତ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇନାହାନ୍ତି । ତାଙ୍କର ଶୁଭେଚ୍ଛୁ, ମାର୍ଗଦର୍ଶକ ଏବଂ ସଂଗଠକ ମାନଙ୍କ ସହିତ ଆଲୋଚନା କରିବା ପରେ ଯାହା ନିଷ୍ପତି ନେବେ ।