ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ

Jun 14, 2022 - 15:16
 64
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ
ନରସିଂହପୁର: ଆଠ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ।ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନରସିଂହପୁର ପଶ୍ଚିମ ବନାଞ୍ଚଳ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ। ଶିକାରୀମାନେ ହାତୀକୁ ୫ରୁ ୬ଟି ଛର୍‌ରା ମାରିଥିଲେ। ହାତୀର ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଛର୍‌ରା ବାଜିଥିଲା। ଏହା ପରେ ହାତୀଟି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ଯନ୍ତ୍ରଣାରେ ଦନ୍ତାହାତୀଟି ଜଙ୍ଗଲ ଭିତରେ ଘୁରି ବୁଲୁଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ଗର୍ଜନ କରୁଥିଲା। ତେବେ ଚାଲି ନପାରି ହାତୀଟି ଜଙ୍ଗଲ ଭିତରେ ଏକ ନାଳରେ ପଡ଼ି ଯାଇଥିଲା। ସେଠାରୁ ଛଟପଟ ହେଉଥିଲା। ନାଳରୁ ଉଠିବାକୁ ଚେଷ୍ଟା କରୁଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ଜଙ୍ଗଲକୁ ଯାଇଥିବା ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ।