ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଦଳ
ଭୁବନେଶ୍ୱର: ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆରମ୍ଭ ହୋଇଛି | ଏହି କାର୍ଯ୍ୟକାରିଣୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି,ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ତଥା ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହା ସହିତ ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ତଥା ପ୍ରଭାରୀ ଉପସ୍ଥିତ ଅଛନ୍ତି। ମୁଖ୍ୟତଃ ଦଳର ଗତକାଲି ଆୟୋଜିତ ପଦାଧିକାରୀ ବୈଠକର ନିର୍ଯ୍ୟାସ ଓ ନିଷ୍ପତ୍ତି ଉପରେ ଆଗତ ହୋଇଥିବା ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବା ସହିତ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହେବ। ତେବେ ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡିକୁ ବିଜେପି ଟାର୍ଗେଟ କରିଛି |
ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି ଯେ ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ ଅଛନ୍ତି ଓ ପୁଲିସ ଉପରୁ ଜନତା ଆସ୍ଥା ହରାଉଛନ୍ତି | ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନା,ଏସିଏଫ ସୌମ୍ୟରଂଜନ ଘଟଣାରେ ବିକ୍ରମ ଆରୁଖ, ପରୀ ଘଟଣାରେ ଅରୁଣ ସାହୁ, ମମିତା ମେହେର ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ ଉଠେଇଛି ବିଜେପି |