ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭ ଉଠାଇପାରିବେ ହିତାଧିକାରୀ

Nov 24, 2021 - 11:13
 61
ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭ ଉଠାଇପାରିବେ ହିତାଧିକାରୀ
ନୂଆଦିଲ୍ଲୀ: ମୋଦୀ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟସୀମା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ହିତାଧିକାରୀ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇପାରିବେ। ଆଜିର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ, ସମୟସୀମା ବୃଦ୍ଧି ସହ ଏଥିପାଇଁ ମୋଟ ୫୩୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ପ୍ରାୟ ୮୦କୋଟି ହିତାଧିକାରୀ ଉପକୃତ ହେବେ। ଏପର୍ଯ୍ୟନ୍ତ ୬୦୦ଲକ୍ଷ ମେଟ୍ରିକ୍ ଟନ୍ ଅନୁମୋଦନ କରାଯାଇଛି। ଆଗକୁ ମୋଟ ଉପରେ ଏଥିପାଇଁ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଅନୁରାଗ ଠାକୁର କହିଛନ୍ତି ଯେ, ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ କ୍ୟାବିନେଟ୍ ଏକ ବିଲ୍ ମଧ୍ୟ ଅନୁମୋଦନ କରିଛି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଏହି ବିଲ୍ ସଂସଦରେ ଆଗତ ହେବ।