ବିଜେଡିରେ ସାଂଗଠନିକ ପରିବର୍ତନ

Sep 15, 2018 - 17:46
 233
ବିଜେଡିରେ ସାଂଗଠନିକ ପରିବର୍ତନ
ଭୁବନେଶ୍ୱର,୧୫/୯(ସକାଳଖବର):ରାଜ୍ୟସଭା ସାଂସଦ ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି େଇଥିବା ବେଳେ ଢେଙ୍କାନାଳ ଜିଲ୍ଲାର ସଭାପତି ଭାବେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସହୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ଜଗତସିଂହପୁର ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା ସହ ଅନୁଗୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ଭାବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ବ୍ୟତୀତ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ଜିଲ୍ଲାର କର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକଙ୍କୁ ଢେଙ୍କାନାଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସାଂସଦ ତଥା ସାଧାରଣ ସମ୍ପାଦକ ପ୍ରଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।